fbpx

ଖେଳିବେନି ରୋହିତ-କୋହଲି; ଅଧିନାୟକ ହେବେ ଶୁଭମନ ଗିଲ, ଫେରୁଛନ୍ତି ଇଶାନ କିଷାନ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି ୨୦୨୪-୨୦୨୫ର ପ୍ରଥମ ରାଉଣ୍ଡ ପାଇଁ ଦଳ ଘୋଷଣା କରିଛି BCCI। ଶୁଭମନ ଗିଲ, ଏଆର ଈଶ୍ୱରନ, ଋତୁରାଜ ଗାଇକୱାଡ ଏବଂ ଶ୍ରେୟସ ଆୟରଙ୍କୁ ଟୁର୍ଣ୍ଣାମେଣ୍ଟର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଦୁଲୀପ ଟ୍ରଫି ୨୦୨୪-୨୦୨୫ ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ। ଏହାବ୍ୟତୀତ ଶ୍ରେୟସ ଆୟରଙ୍କ ପାଖରେ ଭଲ ପ୍ରଦର୍ଶନ କରି ଭାରତୀୟ ଟେଷ୍ଟ ଦଳକୁ ଫେରିବାର ସୁଯୋଗ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ସେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ୍ ଖେଳିଥିଲେ, ଯେଉଁଠାରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଏହାପରେ ତାଙ୍କୁ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ମଧ୍ୟ ସ୍ଥାନ ମିଳିନଥିଲା।

ଟିମ୍ -ଏ: ଶୁଭମନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିଆନ ପରାଗ, ଧ୍ରୁବ ଜୁରେଲ, କେଏଲ୍ ରାହୁଲ, ତିଲକ ବର୍ମା, ଶିବମ ଦୁବେ, ତନୁଷ କୋଟିଆନ୍, କୁଲଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଆବେଶ ଖାନ୍, ବିଦ୍ବତ କାଭେରାପ୍ପା, କୁମାର କୁଶଗ୍ରା, ଶାଶ୍ୱତ ରାୱତ।

ଟିମ୍ ବି: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ସରଫରାଜ ଖାନ୍, ଋଷଭ ପନ୍ତ, ମୁଶିର ଖାନ୍, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ୟଶ ଦୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ଥି, ଏନ୍ ଜଗଦୀସନ (ୱିକେଟ୍ କିପର୍)।

ଟିମ୍ ସି: ଋତୁରାଜ ଗାଇକୱାଡ (ଅଧିନାୟକ), ସାଇ ସୁଧାରସନ, ରଜତ ପଟିଦାର, ଅଭିଷେକ ପୋରେଲ (ୱିକେଟ୍ କିପର୍), ସୂର୍ଯ୍ୟକୁମାର ଯାଦବ, ବାବା ଇନ୍ଦ୍ରଜିତ, ହ୍ରିତିକ ଶୋକିନ୍, ମାନବ ସୁଥାର, ଉମରନ ମଲ୍ଲିକ, ବିଶାକ ବିଜୟକୁମାର, ଅଂଶୁଲ ଖମ୍ବୋଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କଣ୍ଡେ, ଆର୍ଯ୍ୟନ ଜୁୟାଲ (ୱିକେଟ୍ କିପର୍), ସନ୍ଦୀପ ୱାରିୟର।

ଟିମ୍ ଡି: ଶ୍ରେୟସ ଆୟର (ଅଧିନାୟକ), ଅଥର୍ବ ତାଇଡେ, ୟଶ ଦୁବେ, ଦେବଦତ୍ତ ପଡିକଲ, ଇଶାନ କିଶନ (ୱିକେଟ୍ କିପର୍), ରିକି ଭୂଇ, ସରଂଶ ଜୈନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନଗୁପ୍ତା, କେଏସ୍ ଭରତ (ୱିକେଟ୍ କିପର୍), ସୌରଭ କୁମାର।

Get real time updates directly on you device, subscribe now.