fbpx
BJD SKY
BJD SKY

ସଞ୍ଜୁ ସାମସନଙ୍କ କ୍ୟାରିୟର ଶେଷ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ! ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ଜଷ୍ଟିସ୍ ଫର୍ ସଞ୍ଜୁ ସାମସନ

BJD

ନୂଆଦିଲ୍ଲୀ: ହାମିଲଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସେପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା । କିନ୍ତୁ ଟସ୍ ସମୟରେ ଭାରତର ଅଧିନାୟକ ଶିଖର ଧାୱନ କହିବା ମାତ୍ରେ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି ଏବଂ ସେହି ପରିବର୍ତ୍ତନଗୁଡ଼ିକ ହେଉଛି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଦୀପକ ଚହର ଏବଂ ସଞ୍ଜୁ ସାମସନଙ୍କ ସ୍ଥାନରେ ଦୀପକ ହୁଡା ।

ବାସ୍‌, ଏହାପରେ ସୋସିଆଲ ମିଡିଆରେ ସଞ୍ଜୁ ସାମସନ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ । ଲୋକମାନେ ବିସିସିଆଇ ଏବଂ ସଞ୍ଜୁ ସାମସନଙ୍କୁ ଟୟାଗ୍ କରି ଅନେକ ଟ୍ୱିଟ୍ ଏବଂ କମେଣ୍ଟ ଦେଇ ଏହି ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି । ଏଥିସହିତ ସେମାନେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ।

କିଛି ପ୍ରଶଂସକ ଜଷ୍ଟିସ୍ ଫର୍ ସଞ୍ଜୁ ସାମସନ୍ ଲେଖି ଟ୍ୱିଟ୍ କରୁଥିବା ବେଳେ କିଛି ଲୋକ ଟ୍ୱିଟ୍ କରି ଥକି ଯାଇଛନ୍ତି ବୋଲି କହୁଛନ୍ତି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ସଞ୍ଜୁ ସାମସନ ୩୮ ବଲରେ ୩୬ ରନ ସଂଗ୍ରହ କରିଥିଲେ । ତେବେ ଗୋଟିଏ ମ୍ୟାଚର ପ୍ରଦର୍ଶନ ଆଧାରରେ ଆପଣ କିପରି ଜଣେ ଖେଳାଳିଙ୍କୁ ଦଳରୁ ଡ୍ରପ୍ କରିପାରିବେ ବୋଲି ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି?

Get real time updates directly on you device, subscribe now.