fbpx

ଭିଜିଲାନ୍ସ ଜାଲରେ ବିଡ଼ିଏ ଅଧିକାରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଡ଼େଭଲପମେଣ୍ଟ ଅଥୋରିଟି ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ଉ କରିଛି । ତେବେ ଆଜି ସକାଳୁ ଭିଜିଲାନ୍ସ ବିଭୂତିଙ୍କ ଭୁବନେଶ୍ୱର ସ୍ଥିତ ଜିଜିପି କଲୋନୀ ବାସଭବନ, ଝାରପଡ଼ା ଓ ଅଫିସ ସମେତ ୫ଟି ସ୍ତାନରେ ଚଢ଼ଉ କରିଛି । ଏମିତିକି ବିଭୂତିଙ୍କ ଜଗତସିଂହପୁରରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି ।

Get real time updates directly on you device, subscribe now.