fbpx
BSKY
BJD SHG SKY
BJD YOUTH SKY

Androis Users ସାବଧାନ୍! ମହାବିପଦରୁ ବର୍ତ୍ତିବା ପାଇଁ କରନ୍ତୁ ଏହି କାମ: ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ଆଣ୍ଡ୍ରଏଡ ମୋବାଇଲ ପ୍ରତ୍ୟେକ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । ଦୈନନ୍ଦିନ ଜୀବନର କାମ ପାଇଁ ମଧ୍ୟ ଆଣ୍ଡ୍ରଏଡର ଆବଶ୍ୟକତା ରହିଛି । ତେବେ ଏହି ଆଣ୍ଡ୍ରଏଡକୁ ନେଇ ଏବେ ସରକାର ଏକ ଗମ୍ଭୀର ଚେତାବନୀ ଜାରି କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଇନଫରମେସନ ଟେକନୋଲୋଜି ମନ୍ତ୍ରାଳୟ ପକ୍ଷରୁ ଆଗାମୀ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍(CERT-In) ୟୁଜରମାନଙ୍କୁ ହାଇ-ଲେବଲ ୱାର୍ଣ୍ଣିଂ ଜାରି କରିଛି । ଆଣ୍ଡ୍ରଏଡ-୧୩ ସମେତ ଅନ୍ୟାନ୍ୟ ଆଣ୍ଡ୍ରଏଡର ବିଭିନ୍ନ ଭର୍ସନରେ ମିଳୁଥିବା ତ୍ରୁଟିକୁ ନେଇ ଏହି ୱାର୍ଣ୍ଣିଂ ଜାରି ହୋଇଛି । ଏହାଦ୍ୱାରା ସମ୍ବେଦନଶୀଳ ତଥ୍ୟ ଚୋରି ହେବାର ମଧ୍ୟ ଆଶଙ୍କା ରହିଛି ।

ଏକ ଅଫିସିଆଲ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଣ୍ଡ୍ରଏଡର ବିଭିନ୍ନ ତ୍ରୁଟି ବିଷୟରେ ବର୍ତ୍ତମାନ ଜାଣିବାକୁ ମିଳିଛି । ଏହିସବୁ ସମସ୍ୟା ମାଧ୍ୟମରେ ହ୍ୟାକର ୟୁଜରମାନଙ୍କ ମୋବାଇଲରେ ପଶି ସମ୍ବେଦନଶୀଳ ତଥ୍ୟ ଇତ୍ୟାଦି ଏକତ୍ର କରିବା ସହ କିଛି ସିଷ୍ଟମକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରିପାରନ୍ତି । CERT-In ଅନୁସାରେ, ଆଣ୍ଡ୍ରଏଡ-୧୦, ୧୧, ୧୨, ୧୨ଏଲ ଏବଂ ୧୩ ଇତ୍ୟାଦି ଭର୍ସନ ଏହାଦ୍ୱାରା ପ୍ରଭାବିତ ହୋଇଛି । ଫଳରେ ଫ୍ରେମୱାର୍କ ଆଣ୍ଡ୍ରଏଡ ରନ୍ ଟାଇମ୍, ସିଷ୍ଟମ କମ୍ପୋନେଟ, ଗୁଗଲ ପ୍ଲେ ସିଷ୍ଟମ ଅପଡେଟ୍ସ, କର୍ଣ୍ଣଲ, ମେଡିଆଟେକ୍ କମ୍ପେନେଣ୍ଟସ ଏବଂ କ୍ୱାଲକମ୍ କ୍ଲୋଜଡ ସୋର୍ସ କମ୍ପୋନେଣ୍ଟସ ଇତ୍ୟାଦିରେ ମଧ୍ୟ ଏହି ତ୍ରୁଟି ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଉଛି ।

ତେବେ ଏହି ସମସ୍ୟା ଦ୍ୱାରା ହ୍ୟାକର୍ସ ମୋବାଇଲ ବା ଡିଭାଇସର ନିୟନ୍ତ୍ରଣ ହାସଲ କରିପାରିବେ । ଫଳରେ ଏଥିରେ ଥିବା ବିଭିନ୍ନ ସମ୍ବେଦନଶୀଳ ତଥ୍ୟ, ପାସୱାର୍ଡ, ଫଟୋ ଏବଂ ଫାଇନାନ୍ସିଆଲ ଡାଟାଗୁଡ଼ିକୁ ମଧ୍ୟ ଆକ୍ସେସ କରିପାରିବେ ହ୍ୟାକର୍ସ । ଏପରିକି ଆପଣଙ୍କ ଡିଭାଇସ ମଧ୍ୟ କାମ କରିବା ବନ୍ଦ କରି ଦେଇପାରେ । ଏହାଦ୍ୱାରା ଭୟଙ୍କର ସଫ୍ଟଓୟାର ମଧ୍ୟ ଇନଷ୍ଟଲ କରାଯାଇପାରେ । ତେବେ ଏସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ, ଯଥାଶୀଘ୍ର ଡିଭାଇସକୁ ଅପଡେଟ କରି ନିଅନ୍ତୁ । ଗୁଗଲ ତରପରୁ ସିକ୍ୟୁରିଟି ପ୍ୟାଚ ଜାରି କରାଯାଇଛି ।

Get real time updates directly on you device, subscribe now.