fbpx

ମଣିଷ ମାଂସ ଖାଉଛନ୍ତି ବ୍ୟାକ୍ଟେରିଆ: ଏହି ଲକ୍ଷଣ ଥିଲେ ୨ ଦିନ ଭିତରେ ମୃତ୍ୟୁ ସୁନିଶ୍ଚିତ… ବ୍ୟାପୁଛି ଭୟଙ୍କର ରୋଗ

Advertisement

ନୂଆଦିଲ୍ଲୀ: ମାଛ ମାଂସ ଜାତୀୟ ଖାଦ୍ୟ ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଚିକେନ୍-ମଟନ୍ ଆଦି ଅନେକ ଲୋକଙ୍କ ପୈନନ୍ଦିନ ଖାଦ୍ୟର ଏକ ପ୍ରମୁଖ ଅଂଶ ପାଲଟିଗଲାଣି । କିନ୍ତୁ ଏବେ ମଣିଷ ଶରୀରରୁ ମାଂସ ଖାଉଥିବା ବ୍ୟାକ୍ଟେରିଆକୁ ନେଇ ଆତଙ୍କ ଖେଳିଯାଇଛି । ଏହି ରୋଗରେ ଆକ୍ରନ୍ତ ହେଲେ ରୋଗୀଙ୍କ ମୃତ୍ୟୁ ଏକ ପ୍ରକାର ସୁନିଶ୍ଚିତ । ବର୍ତ୍ତମାନ ପୂର୍ବ ଏସିଆ ଦେଶ ଜାପାନରେ ଏକ ଭୟଙ୍କର ରୋଗ ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି । କୌଣସି ବ୍ୟକ୍ତି ଏହି ରୋଗର ଶିକାର ହେବା ମାତ୍ରେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବାକୁ ମିଳିଛି । ଲକ୍ଷଣ ଦେଖାଯିବାର ପ୍ରାୟ ୪୮ ଘଣ୍ଟା ମଧ୍ୟରେ ପ୍ରାଣ ହରାଉଛନ୍ତି ସଂକ୍ରମିତ ବ୍ୟକ୍ତି । ଏକ ରହସ୍ୟମୟୀ ବ୍ୟାକଟେରିଆରୁ ଏହି ରୋଗ ସଂକ୍ରମଣ ହେଉଥିବା ବେଳେ ଏହା ସାଧାରଣତଃ ମାଂସରୁ ସଂକ୍ରମିତ ହେଉଥିବା ଜଣାଯାଇଛି ।

ନେସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫେକ୍ସିୟସ ଡିଜିଜର କହିବା ଅନୁସାରେ, ଏହି ରହସ୍ୟମୟୀ ରୋଗ ଉପରେ ୧୯୯୯ ମସିହାରୁ ନଜର ରଖାଯାଇଛି । ଚଳିତବର୍ଷ ଜୁନ୍ ୨ ତାରିଖ ସୁଦ୍ଧା ଜାପାନରେ ଏହି ରୋଗରେ ମୋଟ ୯୭୭ ମାମଲା ରେକର୍ଡ କରାଯାଇଛି । ତେବେ ଗତବର୍ଷ ଏହାର ରେକର୍ଡ ଥିଲା ୯୪୧ । ଚଳିତବର୍ଷ ଏହି ରୋଗ ଅଧିକ ବିପଦଜନକ ପାଲଟିଛି । ଏହି ଭୟଙ୍କର ରୋଗକୁ ଏକ୍ସପର୍ଟ ଷ୍ଟ୍ରେପଟୋକୋକଲ ଟକ୍ସିକ ଶକ୍ ସିଣ୍ଡ୍ରୋମ ନାମରେ ନାମିତ କରିଛନ୍ତି ।

ରୋଗୀଙ୍କ ଲକ୍ଷଣ ଏବଂ ବୟସ: ଏହି ରୋଗ ପ୍ରଥମ ସ୍ତରରେ ସାଧାରଣତଃ ଗଳାରେ ଯନ୍ତ୍ରଣା ଅନୁଭବ ହୁଏ ।କିନ୍ତୁ କିଛି ପ୍ରକାରର ବ୍ୟାକ୍ଟେରିଆ ଯେଗୁଁ ଲକ୍ଷଣ ଦ୍ରୁତ ଗତିରେ ବିକଶିତ ହୋଇଥାଏ । ଫଳରେ ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା, ଜ୍ୱର, ନିମ୍ନ ରକ୍ତଚାପ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ । ପରେ ଏହି ରୋଗରେ ଶ୍ୱାସକ୍ରିୟାରେ ସମସ୍ୟା, ଅଙ୍ଗ-ପ୍ରତ୍ୟଙ୍ଗ ଅଚଳ ହୋଇଯିବା ଏବଂ ଶେଷରେ ରୋଗୀଙ୍କର ମୃତ୍ୟୁ ହୋଇଥାଏ । ତେବେଡାକ୍ତରଙ୍କ କହିବା ଅନୁସାରେ, ପ୍ରାୟତଃ ୫୦ ବର୍ଷରୁ ଅଧିକ ଲୋକମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ ।

ଟୋକିଓ ମହିଳା ଚିକିତ୍ସା ବିଶ୍ୱବିଦ୍ୟାଳୟରେ ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚି କହିଛନ୍ତି ଯେ, ଏହି ରୋଗର ସବୁଠାରୁ ଅଧିକ ବିପଦ ହେଉଛି ଏଥିରେ ମାତ୍ର ୪୮ ଘଣ୍ଟା(୨ ଦିନ) ମଧ୍ୟ ମୃତ୍ୟୁ ହୋଇପାରେ । ଯଦି ସକାଳେ କୌଣସି ବ୍ୟକ୍ତିଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହୁଏ, ତେବେ ଏହି ରୋଗରେ ଦ୍ୱିପ୍ରହର ସୁଦ୍ଧା ଆଣ୍ଠୁ ପର୍ଯ୍ୟନ୍ତ ବ୍ୟାପି ଯାଇପାରେ । ଏହାପରେ ୪୮ ଘଣ୍ଟା ମଧ୍ୟ ସାରା ଦେହକୁ ବ୍ୟାପିଯାଇ ରୋଗୀଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ପରିସ୍ଥିତିକୁ ନଜର ପକାଇଲେ ଚଳିତବର୍ଷ ଏହାର ସଂକ୍ରମଣ ସଂଖ୍ୟା ୨୫୦୦ରେ ପହଞ୍ଚିପାରେ ବୋଲି କିକୁଚି ପ୍ରକାଶ କରିଛନ୍ତି । ତେବେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୩୦% ବୃଦ୍ଧି ହୋଇପାରେ । ତେଣୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି କିକୁଚି । ଏହି ବ୍ୟାକ୍ଟେରିଆ ସାଧାରଣତଃ ମଇଳାରୁ ହାତ ଏବଂ ହାତରୁ ସମ୍ପୂର୍ଣ୍ଣ ଶରୀରକୁ ବ୍ୟାପିଥାଏ ।

Get real time updates directly on you device, subscribe now.