fbpx

ଅଧିକ କାଜୁ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ଭୋଗିପରନ୍ତି ଏହି ସମସ୍ୟା

କାଜୁ ଖାଇବାକୁ ପ୍ରାୟେ ସମସ୍ତଙ୍କୁ ଭଲ ଲାଗିଥାଏ।ଏହାସହ କାଜୁ ଖାଇଲେ ଶକ୍ତି ବୃଦ୍ଧି ହୁଏ। ଯେଉଁମାନେ କାର୍ଯ୍ୟରତ ଓ ଭାଗ ଦୌଡ଼ କରନ୍ତି ସେମାନେ କାଜୁ ଖାଇଲେ ସମସ୍ୟା ଦେଖା ଦେଇ ନଥାଏ। କିନ୍ତୁ ଯେଉଁମାନେ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ବସନ୍ତି ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ଆସନ୍ତୁ ଜାଣିବା କାଜୁ ଅତ୍ୟଧିକ ଖାଇବା ଦ୍ୱାରା ଶରୀରର କ’ଣ କ୍ଷତି କରିଥାଏ।

ଯେଉଁମାନେ ଡାଇଟିଂ କରୁଛନ୍ତି ସେମାନେ କାଜୁ ଖାଇବା ଦ୍ୱାରା ବହୁତ ଶୀଘ୍ର ଓଜନ ବଢ଼ି ଯାଇଥାଏ। ତେଣୁ କାଜୁ ଖାଆନ୍ତୁ ନାହିଁ।

କାଜୁରୁ ଅଧିକ ମାତ୍ରା ସୋଡ଼ିୟମ ଥିବାରୁ ବୟସ୍କ ବ୍ୟକ୍ତି ମାନେ ଏହା ଖାଇଲେ ହାଇ ବ୍ଲଡ ପ୍ରେସର, ହାର୍ଟ ଓ କିଡନି ଜନିତ ରୋଗ ବଢ଼ାଇଥାଏ।

କାଜୁ ଖାଇବାଦ୍ୱାରା ଔଷଧର ଶକ୍ତି ହ୍ରାସ କରିଦିଏ। କାରଣ ଏଥିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ ରହିଥାଏ।

ଯେଉଁମାନଙ୍କର ସାଇନସ୍ କିମ୍ବା ମାଇଗ୍ରେନ୍ ସମସ୍ୟା ଅଛି ସେମାନେ ଆଦୌ କାଜୁ ଖାଇବା ଉଚିତ ନୁହେଁ। କାରଣ ଏଥିରେ ଥିବା ଆମିନୋ ଏସିଡ୍ ଟାଇରାମଇନ୍ ଓ ଫେନେଲେଥାଇଲମାଇନ୍ ମୁଣ୍ଡବିନ୍ଧାକୁ ବଢ଼ାଇଥାଏ।

 

 

Get real time updates directly on you device, subscribe now.