fbpx
BSKY
BJD SHG SKY
BJD MC SKY

ଗାଡ଼ି ଭାଙ୍ଗିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଏକ ଭାଲୁ!

ନୂଆଦିଲ୍ଲୀ: ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଗାଡ଼ି ଭାଙ୍ଗିବା ଅଭିଯୋଗରେ ଏକ କଳା ଭାଲୁ ଦୋଷୀ ସାବ୍ୟସ୍ତ ହୋଇଛି । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । କିଛିଦିନ ପୂର୍ବରୁ ଆମେରିକାର ଥୋର୍ଣ୍ଟନ ସହରରେ କ୍ରମାଗତ କିଛି କାର୍ ଭଙ୍ଗାରୁଜା ହେଉଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାରେ ସିସିଟିଭି ଫୁଟେଜ ଚେକ୍ କରିବା ପରେ ଏପରି ଅଜବ ପ୍ରକାର ତଥ୍ୟ ସାମନାକୁ ଆସିଥିଲା ।

ଏହି କାରନାମା କୌଣସି ଚୋର କି ଲୁଟେରା ନୁହନ୍ତି, ଗୋଟିଏ ଭାଲୁ କରିଥିବା ସ୍ପଷ୍ଟ ହୋଇଥିଲା । କିଛିଦିନ ପୂର୍ବରୁ ଲଗାତାର କିଛି କାରର ଡୋର କେହି ଜଣେ ଭଙ୍ଗାରୁଜା କରୁଥିବା ଅଭିଯୋଗ ହୋଇଥିଲା । ଭାଲୁଟି କାରର ଡୋର ଖୋଲି ପଶି ଭଙ୍ଗାରୁଜା କରୁଥିବା ସିସିଟିଭି ଭିଡିଓରେ ଦେଖାଯାଇଥିଲା । ତେବେ ଭାଲୁ ଭୋଜନ ଉଦ୍ଦେଶ୍ୟରେ ଏପରି କରିଥିବା ପୋଲିସ ସୂଚନା ଦେଇଛି । ତେଣୁ କାରମଧ୍ୟରେ କୌଣସି ଖାଦ୍ୟ ସାମଗ୍ରୀ ନ ରଖିବାକୁ କୁହାଯାଇଛି । ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଲୁଟି ସେତେ ଭୟଙ୍କର ନୁହେଁ ବୋଲି କୁହାଯାଇଛି । ତେଣୁ ବଡ଼ ପାଟି କରି ଘଉଡ଼ାଇଲେ ଭାଲୁଟି ଦୂରକୁ ଚାଲିଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.