fbpx
BSKY
BJD MC SKY
BJD YOUTH SKY

ସୁନ୍ଦର ପୋଷାକ ଏବଂ ଚଷମା ପିନ୍ଧିଥିବାରୁ ଦଳିତଙ୍କୁ ମାଡ଼,ବଞ୍ଚାଇବାକୁ ଆସିଥିବା ମାଆକୁ ମଧ୍ୟ ପିଟିଲେ

ଗୁଜୁରାଟ: ଭାରତ ଭଳି ବିଶାଳ ଦେଶରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମାର ପିଟ ହେବାର ଘଟଣା ସାମାନ୍ୟ ଅଟେ। ଏହି ଭଳି ଗୁଜୁରାଟରୁ ଏକ ଆଶ୍ଚର୍ୟ୍ୟଜନକ ଖବର ସାମ୍ନାକୁ ଆସିଛି। ଗୁଜୁରାଟର ବଂସକାଠ ଜିଲ୍ଲାର ଳନପୁର ତାଲୁକାର ମୋଟା ଗ୍ରାମରୁ ସାମ୍ନାକୁ ଆସିଛି। ନୂଆ ପୋଷାକ ଏବଂ ଚଷମା ପିନ୍ଧିବାରୁ ଜଣେ ଯୁବକଙ୍କୁ ମାଡ଼ ଖାଇବା ସହ ଜୀବନରୁ ମାରିବାର ଧମକ ମିଳିଛି।

ଘଟଣା ସମ୍ପର୍କରେ ପୀଡ଼ିତ କହିବା ମୁତାବକ ସକାଳ ସମୟରେ ସେ ନିଜଘର ସାମ୍ନାରେ ଛିଡ଼ା ହୋଇଥିଲେ। ସେହି ସମୟରେ ସାତ ଜଣ ଅଭିଯୁକ୍ତରୁ ଜଣେ ପୀଡିତଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କୁ ଗାଳି ଦେବା ସହିତ ଜୀବନରୁ ମାରିବାର ଧମକ ଦେଇଯାଇଥିଲେ। ସେମାନେ ସେଠାରେ ପୀଡ଼ିତାଙ୍କୁ ବାଡ଼ିରେ ମାଡ଼ ମାରିବା ସହିତ, ନୂଆ ପୋଷାକ ଏବଂ ଚଷମା କଣ ପାଇଁ ପିନ୍ଧିଛି ବୋଲି ପଚାରିଥିଲେ । ଏହାପରେ ଅଭିଯୁକ୍ତ ମାନେ ପୀଡ଼ିତଙ୍କୁ ଡ଼ାୟରି ପାର୍ଲରର ପଛକୁ ଟାଣି ନେଇଥିଲେ ।

ପୀଡ଼ିତଙ୍କୁ ମାଡ଼ ମାରିବା ସମୟରେ ତାଙ୍କ ମାଆ ଆସି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୁତ୍ତ ମାନେ ପୀଡ଼ିତଙ୍କ ମାଆଙ୍କ ସହ ମଧ୍ୟ ମାରପିଟ କରିଥିଲେ ଏବଂ ଜିବନରୁ ମାରିବା ପାଇଁ ଧମକ ଦେଇଥିଲେ । ଏହା ସହିତ ସେମାନଙ୍କ କପଡ଼ା ମଧ୍ୟ ଚିରି ଦେଇଥିଲେ। ଏହାପରେ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ ମହିଳାଙ୍କର ସମ୍ମାନକୁ କ୍ଷତି ପହଞ୍ଚାଇବା ଓ ଅପମାନଜନିତ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଏବେ ପର୍ୟ୍ୟନ୍ତ ଏହା ସଂପର୍କରେ ଜଡ଼ିତ ଥିବା କୌଣସି ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି।

Get real time updates directly on you device, subscribe now.