fbpx

ରୁଷିଆ ସହ ଲଢ଼ିବା ପାଇଁ ସେନାରେ ଯୋଗଦେଲେ ୟୁକ୍ରେନୀୟ ବିୟୁଟି କୁଇନ୍, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଫେବୃଆରୀ ୨୪ ତାରିଖ ସକାଳରୁ ଲଗାତର ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଚାଲିଛି । ଯୁଦ୍ଧ ଥମିବାର ନାଁ ଧରୁନି । ରୁଷ ଆକ୍ରମଣରେ ଏବେ ସୁଦ୍ଧ ୩୫୨ ଲୋକଙ୍କ ମୃତ୍ୟୁ ହୋଇଛି । ସେନାକୁ ସହାୟତା କରିବା ପାଇଁ ଏବେ ୟୁକ୍ରେନର ନାଗରିକ ମାନେ ବି ବନ୍ଧୁକ ଓ ରାଇଫଲ୍ ଧରି ଆଗେଇ ଆସିଛନ୍ତି । ଏହି କ୍ରମରେ ୟୁକ୍ରେନର ବିୟୁଟି କୁଇନ୍ ତଥା ପୂର୍ବତନ ମିସ୍ ଗ୍ରାଣ୍ଡ୍ ୟୁକ୍ରେନ ଆନାଷ୍ଟାସିଆ ଲେନ୍ନା ୟୁକ୍ରେନୀୟ ସେନାରେ ଯୋଗ ଦେଇଛନ୍ତି । ସେ ରୁଷ ସେନାଙ୍କ ସହିତ ଲଢ଼ିବା ପାଇଁ ଓ ନିଜ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନୀୟ ମିଲିଟାରୀ ରେ ନିଜକୁ ସାମିଲ କରିଛନ୍ତି ।

ଆନାଷ୍ଟିସିଆ ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଫଟୋ ସେୟାର୍ କରି ସୂଚନା ଦେଇଛନ୍ତି । ସେ ନିଜ ସୋସିଆଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନିଜ ଘରକୁ ବଞ୍ଚାଇବା ପାଇଁ ସେ ଏବେ ଶତ୍ରୁଙ୍କୁ ଉତ୍ତର ଦେବେ । ଯେଉଁ ମାନେ ୟୁକ୍ରେନ ସୀମା ଦେଇ ପଶିଛନ୍ତି ସେମାନଙ୍କୁ ଦମନ କରିଦେବା । ଏହି କ୍ରମରେ ସେ ଆର୍ମି ପୋଷାକରେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ଆନାଷ୍ଟିସିଆ ଲେନ୍ନା ୨୦୧୫ରେ ୟୁକ୍ରେନର ମିସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାସନାଲ୍ ବିୟୁଟି କଣ୍ଟେଷ୍ଟ୍ ରେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ ଓ ସୁନ୍ଦରୀ ମୁକୁଟ ବି ହାସଲ କରିଥିଲେ । ତେବେ ଖାଲି ଲେନ୍ନା ହିଁ ନୁଅନ୍ତି ବରଂ ଏବେ ରାଷ୍ଟ୍ରପତି ଙ୍କ ଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ, ସାଧାରଣ ନାଗରିକ ଓ ମହିଳା ମାନେ ବି ରୁଷ ସେନାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆଗେଇ ଆସିଛନ୍ତି ।

Get real time updates directly on you device, subscribe now.