fbpx
BSKY
BJD SHG SKY
BJD YOUTH SKY

ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ ; ଏତେ ସ୍ୱାର୍ଥପର ହୋଇପାରେ ମଣିଷ, ପୋଷା କୁକୁରକୁ ଫିଙ୍ଗି ଦେଇ ଚାଲିଗଲେ ମହିଳା

ନୂଆଦିଲ୍ଲୀ : ମଣିଷ କେତେ ସ୍ୱାର୍ଥ ପର ହୋଇ ପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଯେଉଁଠି ସେମାନେ ମଣିଷକୁ ମାନୁ ନାହାନ୍ତି, ନିଜ ଜନ୍ମ କଲା ବାପା-ମାଙ୍କୁ ମାନୁ ନାହାନ୍ତି, ସେଇଠି ପୋଷା କୁକୁର ର ଅବସ୍ଥା କ’ଣ ହେବେ । କାମ ନ ଥିଲେ ଏଠି କେହି କାହାକୁ ପଚାରନ୍ତିନି ଏବଂ କାମ ସରିଲେ ମଧ୍ୟ ପଚାରନ୍ତିନି । ବାହାରକୁ ଫିଙ୍ଗି ଦିଅନ୍ତି । ମଣିଷ ନିଜ ବାପା-ମା ସହ ଏଭଳି ବ୍ୟବହାର କରି ପାରୁଛି । ପୋଷା ପଶୁ ଅବା ଏଥିରୁ କେମିତି ବର୍ତ୍ତିବ ।

ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଭାଇରାଲ ଭିଡିଓ ଜଣେ ମହିଳା କାରରେ ଦୁଇଟି କୁକୁରକୁ ଆଣି ପହଞ୍ଚୁଛନ୍ତି । କାର୍ ର ଡୋର ଖୋଲୁ ଖୋଲୁ ପ୍ରଥମେ ଏକ କଳା ରଙ୍ଗର କୁକୁର ବାହାରୁଛି ଏବଂ ତା’ପରେ ଏକ ଧଳା କୁକୁରକୁ ଟାଣି ବାହାର କରୁଛନ୍ତି ମହିଳା । ତା’ପରେ ବାହାରେ ଥିବା କଳା କୁକୁରକୁ ଗାଡି ଭିତରକୁ ଯିବା କହୁଛନ୍ତି, ସେ ଗାଡି ଭିତରକୁ ଯିବା ପରେ ମହିଳା ଡୋର ବନ୍ଦ କରି ନିଜେ ଗାଡି ଆଗରେ ବସି ଯିବାକୁ ବାହାରୁଛନ୍ତି । ଏହି ସମୟରେ ବାହାରେ ଠିଆ ହୋଇଥିବା ଧଳ ରଙ୍ଗର କୁକୁରଟି ମହିଳାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛି । ଏହି ସମୟରେ ମହିଳା ଜଣଙ୍କ କୁକୁର କୁ ଠେଲି ଦେଇ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଉଛନ୍ତି । ଏହି ସମୟରେ କୁକୁରଟି ଦୌଡି ଦୌଡି କାର ପଛରେ ଯିବାକୁ ଚେଷ୍ଟା କରୁଛିି କିନ୍ତୁ ଯାଇ ପାରୁନି । କାରଣ ତା’ର ଆଗ ଗୋଡ ଗୋଟେ ନାହିଁ । ଯେଉଁଥିପାଇଁ ସେ ଭଲ ଭାବରେ ଚାଲି ପାରୁନି । ବୋଧେ ଏହି କାରଣ ପାଇଁ ତା’ ମାଲିକାଣି ତାକୁ ରାସ୍ତାରେ ଫିଙ୍ଗି ଚାଲିଗଲା ।

Get real time updates directly on you device, subscribe now.