ଏହି ଦେଶରେ SEX ଓ୍ବାର୍କର୍ସମାନେ ପାଇବେ ଛୁଟି, ମାତୃତ୍ୱ ଛୁଟି ଠାରୁ ନେଇ ପାଇବେ ପେନସନ

ନୂଆଦିଲ୍ଲୀ: ମହିଳାଙ୍କ ଜୀବନ ଅତ୍ୟନ୍ତ କଷ୍ଟକର ହୋଇଥାଏ । ସ୍ୱାଧୀନ ଥିବା ମହିଳାମାନଙ୍କର ଘରେ ଏବଂ ବାହାରେ ଅନେକ ଦାୟିତ୍ବ ରହିଥାଏ । ମହିଳାମାନଙ୍କ ପାଇଁ ସନ୍ତାନ ପ୍ରାପ୍ତି ଏବଂ କାମ ସହିତ ସେମାନଙ୍କୁ ଲାଳନପାଳନ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । କାର୍ଯ୍ୟରତ ମହିଳାମାନଙ୍କ ପାଇଁ ତାଙ୍କ କମ୍ପାନୀ ସମସ୍ତ ମହିଳାଙ୍କୁ 6 ମାସର ମାତୃତ୍ୱ ଛୁଟି ଦିଆଯାଏ । କିନ୍ତୁ ସେକ୍ସ ଓ୍ବାର୍କର୍ସଙ୍କ ପକ୍ଷରେ ଏହା ସମ୍ଭବ ହୋଇନଥାଏ । କିନ୍ତୁ ଏଣିକି ସ୍ୱାସ୍ଥ୍ୟ ବୀମା, ପେନ୍‌ସନ୍, ଅସୁସ୍ଥ ହେଲେ ଛୁଟି ଏବଂ ମାତୃତ୍ୱ ଛୁଟି ପ୍ରଦାନ ପ୍ରଦାନ କରାଯିବ । ପ୍ରଥମ ଦେଶ ଭାବେ ବେଲଜିୟମ ଏହି ନିୟମ ଆଣିଛି ।

ସେକ୍ସ କର୍ମୀମାନେ ସମଗ୍ର ବିଶ୍ୱରେ ଦେଖିବାକୁ ମିଳେ । ସେମାନଙ୍କର ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସିଥାଏ । କିନ୍ତୁ ବେଲଜିୟମ ଏପରି ଏକ ଦେଶ ଯେଉଁଠାରେ ଯୌନ କର୍ମୀଙ୍କ ପାଇଁ ଏକ ଆଇନ ପ୍ରସ୍ତୁତ କରାଯାଇଛି । ଏଠାରେ ସେକ୍ସ ଓ୍ବାର୍କର୍ସଙ୍କୁ ଅନ୍ୟ ମହିଳାଙ୍କ ପରି ମାତୃତ୍ୱ ଛୁଟି ଦିଆଯିବ ବୋଲି ଘୋ।ଣା କରାଯାଇଛି । ଏହା ବ୍ୟତୀତ ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା, ପେନସନ ଭଳି ଅନେକ ସୁବିଧା ଦିଆଯାଏ । ଏହା ସହିତ ବେଲଜିୟମ ବିଶ୍ୱର ପ୍ରଥମ ଦେଶ ହେବ ଯିଏକି ଏଭଳି ଆଇନ ପ୍ରଣୟନ କରିଛି । ଆଇନ ଅନୁସାରେ ସେକ୍ସ ୱାର୍କର୍ସଙ୍କ ନିଯୁକ୍ତି ସମୟରେ ଅପରାଧ ରେକର୍ଡ ଯାଞ୍ଚ କରାଯିବ  । ଏହି ଖବର ପରେ ସେକ୍ସ ଓ୍ବାର୍କର୍ସଙ୍କ ଭିତରେ ଖୁସିର ବାତାବରଣ ଖେଳିଯାଇଛି ।