fbpx

ଶ୍ୱାସ ରୋଗକୁ ଦୂରେଇ ଦିଏ ଆତ, ଜାଣନ୍ତୁ ଏହାର ଫାଇଦା

ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳୁଛି। ଆତ ପାଟିକୁ ଭାରି ସ୍ୱାଦିଷ୍ଟ ଲଆଗିବା ସହ ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ। ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ..

– ଆତରେ ଭିଟାମିନ୍‌ ଏ, ଭିଟାମିନ୍ ସି ଓ ରିବୋଫ୍ଲାବିନ୍‌ ପରି ପୋଷକତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

– ଆତରେ ଭିଟାମିନ୍‌ ‘ବି ୬’ ରହିଛି। ଏହାକୁ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ।

– ଏଥିରେ ଥିବା ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ହୃଦ୍‌ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ଏଥିପାଇଁ ହୃଦ୍‌ରୋଗୀଙ୍କୁ ନିୟମିତ ଆତ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

– ଏଥିରେ ଥିବା କପର୍‌ ଓ ଆଇରନ୍‌ ଗର୍ଭବତୀଙ୍କ ପାଇଁ ବେଶ୍ ଭଲ। ଗର୍ଭାବସ୍ଥାରେ ଆତ ଖାଇଲେ ଗର୍ଭଜନିତ କଷ୍ଟ ଅନେକାଂଶରେ ଦୂର ହୋଇଥାଏ।

– ଆତରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

– ଆତ ଖାଇଲେ ବ୍ଲଡ୍‌ ପ୍ରେସର କମ୍‌ ହୋଇଥାଏ।

– ଏଥିରେ ଆଇରନ୍‌ ଓ କପର୍‌ ଥିବା ଯୋଗୁ ଏହା ରକ୍ତହୀନତା ସମସ୍ୟାକୁ ଦୂର କରିଥାଏ।

Get real time updates directly on you device, subscribe now.