fbpx

ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ଅଟକ ରଖିଲା ବେଙ୍ଗାଲୁରୁ ପୋଲିସ, ଡ୍ରଗ୍ସ ସେବନ ଅଭିଯୋଗ

ବେଙ୍ଗାଲୁରୁ (ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ସିଦ୍ଧାନ୍ତ କପୁରଙ୍କ ଉପରେ ଡ୍ରଗ୍ସ ନେବାର ଅଭିଯୋଗ ଲାଗିଛି । ପୋଲିସ ଚଢାଉ କରିବା ପରେ ତାଙ୍କୁ ହେପାଜତରେ ନେଇଥିବା ଖବର ଆସିଛି । ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଅୟ ସମୟ ଡ୍ରଗ୍ସ ମାମଲା ଖବରରେ ରହୁଛି ।

ସୂଚନା ଅନୁସାରେ ଡ୍ରଗ୍ସ କେସ୍ ମାମଲାରେ ବେଙ୍ଗାଲୁରୁ ପୋଲିସ ଶକ୍ତି କପୁରଙ୍କ ପୁଅକୁ ହେପାଜତରେ ନେଇଛି । ତେବେ ସିଦ୍ଧାନ୍ତଙ୍କର ଡ୍ରଗ୍ସ ଟେଷ୍ଟରେ ପଜିଟିଭ୍ ରିପୋର୍ଟ ଆସିଛି । ବେଙ୍ଗାଲୁରୁସ୍ଥିତ ଏକ ହୋଟେଲରେ ସିଦ୍ଧାନ୍ତ ତାଙ୍କର ବନ୍ଧୁମାନଙ୍କ ସହିତ ମିଶ ପାର୍ଟି କରୁଥିଲେ । ଏହି ସମୟରେ ପୋଲିସ ଚଢାଉ କରି କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ନିଜ ହେପାଜତକୁ ନେଇଥିଲା ।

ବିଶ୍ୱସସ୍ତ ସୁତ୍ରରୁ ସୂଚନା ପାଇ ପୋଲିସ ଏମଜି ରୋଡ୍ ନିକଟରେ ଏକ ହୋଟେଲ ଉପରେ ଚଢାଉ କରିଥିଲା । ଏହି ସମୟରେ ସେଠାରେ ଥିବା ଲୋକମାନେ ନିଶା କାରବାର କରୁଥିବା ସନ୍ଦେହରେ ପୋଲିସ ସେମାନଙ୍କର ନମୁନା ପରୀକ୍ଷା କରିବା ପାଇଁ ପଠାଇଥିଲା । ଏଥିରେ ପଜିଟିଭ୍ ମିଳିଥିବା ୬ଜଣଙ୍କ ମଧ୍ୟରେ ଶ୍ରଦ୍ଧା କପୁରଙ୍କ ଭଅଇ ସାମିଲ ଅଛନ୍ତି । ତେବେ ପୋଲିସ କହିଛି ଯେ, ଏହା ସ୍ପଷ୍ଟ ହୋଇନାହିଁ କି ସେ ପାର୍ଟିରେ ଡ୍ରଗ୍ସ ସେବନ କରିଥିଲେ କିମ୍ବା ହୋଟେରେ ଡ୍ରଗ୍ସ ସେବନ କରି ପାର୍ଟିକୁ ଆସିଥିଲେ ।

Get real time updates directly on you device, subscribe now.