fbpx

Big Breaking; ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲ: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ

AAKASH

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସର୍ବବୃହତ୍ ବସ୍ ଷ୍ଟାଣ୍ଡ ବରମୁଣ୍ଡାକୁ ମିଳିବ ନୂଆ ରୂପ । ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଲୋକାର୍ପଣ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହି ନୂଆ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସକାଳୁ ସକାଳୁ ଓଡ଼ିଶାର ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟର୍ମିନାଲ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି ।

ଭୋରୁ ଭୋରୁ ଘନ କୁହୁଡ଼ିରେ ବରମୁଣ୍ଡାରେ ପହଞ୍ଚି ନୂତନ ବସ୍ ଟର୍ମିନାଲର ସମୀକ୍ଷା କରିଛନ୍ତି ରାଜ୍ୟର ଫାଇଭଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସ୍ଥିତି ସମୀକ୍ଷା ପରେ ଭୁବନେଶ୍ୱର ତଥା ରାଜ୍ୟବାସୀଙ୍କୁ ସେ ଏକ ବଡ଼ ଖୁସି ଖବର ଦେଇଛନ୍ତି । ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ପରିମଳ ସୁବିଧା, ଆଲୋକୀକରଣ ଇତ୍ୟାଦି କାମର ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଆସନ୍ତା ମାସ ଅର୍ଥାତ୍ ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲକୁ ଲୋକାର୍ପଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିବ ।

ତେବେ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଥିବା କୁହାଯାଇଛି । ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ପ୍ରିପେଡ ଅଟୋ ଏବଂ ଟ୍ୟାକ୍ସି ସୁବିଧା ଉପଲବ୍ଧ ରହିପାରିବ । ବସ୍ ଟର୍ମିନାଲରେ ବିମାନବନ୍ଦର ଭଳି ସୁବିଧା ପାଇପାରିବେ ଯାତ୍ରୀ । ତେବେ ଫେବୃଆରୀ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ନୂଆ କରି ଗଢି ଉଠିଥିବା ବରମୁଣ୍ଡା ବସ୍ ଟର୍ମିନାଲକୁ ସାଦାରଣ ଜନତାଙ୍କ ପାଇଁ ଲୋକାର୍ପଣ କରାଯିବ ।

Get real time updates directly on you device, subscribe now.