fbpx

ବେସାହାରଙ୍କୁ ମଳିବ ଏଥର ସରକାରୀ ସହାୟତା: ବିସ୍ଥାପିତ ଏବଂ ଭୂମିହୀନଙ୍କୁ ମିଳିବ ଜମିପଟ୍ଟା, ରାଜସ୍ୱ ମନ୍ତ୍ରୀଙ୍କ ସୂଚ଼ନା

ଭୁବନେଶ୍ୱର: ରାଜ୍ୟରେ ଯେଉଁମାନେ ବି ବିସ୍ଥାପିତ ଅଛନ୍ତି ଓ ଭୂମିହୀନ ବ୍ୟକ୍ତି ଅଛନ୍ତି । ସେମାନଙ୍କୁ ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତ ଲୋକଙ୍‌କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ସେହିସବୁ ପରିବାରଙ୍କର ଉତ୍ତରାଧିକାରୀଙ୍କୁ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ୧୦ ଡିସିମିଲ୍ ଲେଖାଏଁ ଜମି ସରକାର ରାଜସ୍ବ ବିଭାଗ ତରଫରୁ ପ୍ରଦାନ କରାଯିବ ।

ଏଥିସହିତ ହୀରାକୁଦ ନଦୀ ବନ୍ଧ ଯୋଜନାରେ ଯେଉଁ ପରିବାର ନିଜ ନିଜ ଭିଟାମାଟି ତ୍ୟାଗ କରିଛନ୍ତି ଏବଂ ସର୍ବସ୍ବ ହରାଇଛନ୍ତି । ସେମାନବଙ୍କୁ ଶିଘ୍ର ନ୍ୟାୟ ପ୍ରଦାନ କରାଯିବ । ଏହା ସହିତ ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆସରିଥିବା କହିଛନ୍ତି ମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ ଏହା ସମ୍ବଲପୁରରେ ଦିଆଯାଇଥିବା ବେଳେ ପରେ ବରଗଡ ଅଞ୍ଚଳରେ ମଧ୍ୟ ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରାଯିବ ।

 

Get real time updates directly on you device, subscribe now.