fbpx

(Video) Best Moments of IND vs SA 2nd Test: କାହିଁକି ଭୁଲି ହେବନି କେପଟାଉନରେ ପ୍ରଥମ ଟେଷ୍ଟ ବିଜୟ?

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଭାରତର ଏହି ବିଜୟ ଏକ ଐତିହାସିକ ବିଜୟ ପାଲଯିଛି । କାରଣ କେପଟାଉନର ନ୍ୟୁଲାଣ୍ଡସରେ ଭାରତ କ୍ରିକେଟ ଇତିହସାର ପ୍ରଥମ ଥର ବିଜୟୀ ହୋଇଛି । ଏହାସହିତ ଏହି ଟେଷ୍ଟ ମ୍ୟାଚ କ୍ରିକେଟ ଇତିହାସର ସବଠାରୁ ଛୋଟ ଟେଷ୍ଟ ମ୍ୟାଚ ଭାବରେ ମଧ୍ୟ ରେକର୍ଡ କରାଯାଇଛି । ଦକ୍ଷିଣ ଆଫ୍ରିକାର ୭୯ ରନ୍ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ହରାଇ ବିଜୟୀ ହୋଇଛି ରୋହିତ ବ୍ରିଗେଡ ।

ପ୍ରଥମ ଦିନରେ ହିଁ ବ୍ୟାଟ୍ସମ୍ୟାନ ରନ୍ କରିବାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ସିରାଜଙ୍କ ୬ ୱିକେଟ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫୫ ରନରେ ଅଲ ଆଉଟ ହୋଇଯିବା ପରେ ଭାରତ ୯୮ ରନର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା । କିନ୍ତୁ ମାତ୍ର ୧୧ ରନ୍ ଭିତରେ ଭାରତ ନିଜର ଶେଷ ୬ଟି ୱିକେଟ ହରାଇ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲା । ଦ୍ୱିତୀୟ ଦିନରେ ଏଡେନ ମାର୍କରମଙ୍କ ଶତକ ସହ ୧୭୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା, ଏହି ଇନିଂସରେ ୬ଟି ୱିକେଟ ହାସଲ କରିଥିଲେ ୟର୍କର କିଙ୍ଗ ବୁମରାହ । ଫଳରେ ଭାରତ ମାତ୍ର ୭୯ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ୧୨ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରିବାରେ ସଫଳ ହୋଇଛି । ଏହାସହି କେପଟାଉନରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ଦ୍ୱିତୀୟ ଟେଷ୍ଟର ସ୍ମାଣୀୟ ମୁହୂର୍ତ୍ତ:

୧. ଦ୍ୱିତୀୟ ଦିନରେ ଜଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ

୨. ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁମରାହଙ୍କ ଫାଇଫର୍

୩. ଛୋଟ ଲକ୍ଷ୍ୟର ପିଛା କରି ଜଏସ୍ୱାଲଙ୍କ ଦମଦାର ଆରମ୍ଭ

୪. ଐତିହାସିକ ବିଜୟ ଚୌକା ମାରି ଦଳକୁ ଜିତାଇଲେ ଶ୍ରେୟସ

୫. ମ୍ୟାଚ ପରେ ବି ବୁମରାହ-ସିରାଜଙ୍କ ଯୁଗଳବନ୍ଦୀ

Get real time updates directly on you device, subscribe now.