fbpx

ସାରାରାତି ବାର ପବ୍ ଖୋଲୁଥିଲେ ହୋଇଯାଆନ୍ତୁ ସାବଧାନ; ଅବକାରୀ ବିଭାଗର ନିର୍ଦ୍ଦେଶ

Advertisement

ଭୁବନେଶ୍ୱର: ରାତି ସାରା ବାର ପବ୍ ଖୋଲୁଥିଲେ ବାର ମାଲିକଙ୍କୁ ଲାଗିବ ଝଟକା । ଏମିତି କରୁଥିବା ବାର ମାଲିକଙ୍କୁ ଅବକାରୀ ବିଭାଗର କମିଶନର କଡା ଚେତାବନୀ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ ପ୍ରଥମ ଚଢାଉରେ ଫାଇନ୍ ଆଦାୟ ହେବ ଏବଂ ଏହାର ବାରମ୍ବାର ଅବମାନନା କରି ଉଲ୍ଲଂଘନ କଲେ ବାର ଲାଇସେନ୍ସକୁ ବାତିଲ କରାଯିବ ବୋଲି କୁହାଯାଇଛି । ଯେଉଁ ଅଫିସର ଏହାର ସଠିକ ଭାବରେ କାର୍ଯ୍ୟ ନକରନ୍ତି, ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗର କମିଶନର କହିଛନ୍ତି ।

Get real time updates directly on you device, subscribe now.