ଭଦ୍ରକ: (ଓଡ଼ିଶା ଭାସ୍କର) ଲୁଟେରାଙ୍କ କବଳରୁ ବାଦ୍ ପଡ଼ିଲେନି ପୋଲିସ ମ୍ୟାଡାମ୍। ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ।
ପରିବା କିଣିବା ବେଳେ ଝାମ୍ପିନେଲେ ସୁନା ଚେନ୍। ସୁଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ।
ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ। ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ।
ଏହିରି ଭିତରେ ଆଉ ଜଣେ ଦୁର୍ବୃତ୍ତ ଖସି ପଳାଇଥିବା ସକ୍ଷମ ହୋଇଛି। ଘଟଣାର ତଦନ୍ତ କରୁଛି ଭଦ୍ରକ ଟାଉନ୍ ଥାନା ପୋଲିସ।