fbpx

କରାମତି କୀଟ, ବଞ୍ଚିଥିବା ବେଳେ ନୁହେଁ ମରିଯିବା ପରେ ବଢାଇଥାଏ ମଣିଷର ଶୋଭା

Advertisement

ନୂଆଦିଲ୍ଲୀ: ଆଜି ଆମେ ଏପରି ଏକ ପୋକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜୀବିତ ଅବସ୍ଥାରେ ନୁହେଁ ମୃତ୍ୟୁ ପରେ ବହୁତ ବଢିଯାଏ । ଏହି ପୋକକୁ କିଣିବା ଲାଗି ଲକ୍ଷେ ଟଙ୍କା ଦେଇ ଗ୍ରାହକ ଲମ୍ବା ଧାଡିରେ ରହିଥାନ୍ତି । ଏହି ପୋକ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ନାହିଁ କିନ୍ତୁ ଯେଉଁଠାରେ ନଜର ଆସନ୍ତି ସେଠାରେ ଲୋକେ ମାଲାମାଲ ହୋଇଯାଆନ୍ତି । ଏହି ପୋକକୁ ପିଲ୍ଲୁ ନାମରେ ଜଣାଯାଏ ଯାହା ଆମ ଦେଶରେ ରେଶମ ପୋକ ଭାବରେ ଜଣାଶୁଣା । ଏମାନେ ପ୍ରଜାପତି ଜାତିର ହୋଇଥାନ୍ତି । ଏମାନେ ମାତ୍ର ୪ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଲୋକମାନେ ଏହାକୁ କିଣିବା ପରେ ମାରି ଦେଇଥାନ୍ତି । ମରିବା ପରେ ଏହି ପୋକ ଆହୁରି ମୂଲ୍ୟବାନ ହୋଇଯାଏ । ଏହି ପୋକରୁ ମିଳୁଥିବା ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପୋକରୁ ପ୍ରସ୍ତୁତ ସାମଗ୍ରୀର ଆବଶ୍ୟକତା ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଓ ବାହାଘର, ବିଭିନ୍ନ ପର୍ବ ପର୍ବାଣୀରେ ରହିଥାଏ । ଆମେ ଏଠି କହୁଛୁ ରେଶମ କପଡାର କଥା ଯାହା ଏକ ପୋକରୁ ପ୍ରସ୍ତୁତ ହୋଇଥାଏ । ଏହି ରେଶମ କପଡା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଧନୀ ସମ୍ଭ୍ରାନ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକ ପଡିଥାଏ ।

ଏହି ରେଶମର ଆରମ୍ଭ ଚୀନ୍‌ରୁ ହୋଇଥିଲେ ବି ରେଶମ ଦୁନିଆରେ ଏବେ ଭାରତ ବେଶ୍ ନାମ କରିପାରିଛି । ଭାରତରେ ସବୁଠାରୁ ଅଧିକ ରେଶମ କୀଟ ପାଳନ କରାଯାଏ । ଏହି ପୋକ ମାତ୍ର ୪ଦିନ ବଞ୍ଚିଥିଲେ ବି ଏହି ୪ ଦିନ ଭିତରେ ୩୦୦ରୁ ୪୦୦ ଅଣ୍ଡା ଦେଇଥାଏ । ୧୦ ଦିନ ଭିତରେ ପ୍ରତି ଅଣ୍ଡାରୁ ଏକ ପୋକ ବାହାରିଥାଏ । ୮ ଦିନ ପର୍ଯ୍ୟନ୍ତ ଏହି ପୋକ ଠାରୁ ଏକ ତରଳ ପ୍ରୋଟିନ୍ ବାହାରିଥାଏ ଯାହା ପବନ ସଂସ୍ପର୍ଶରେ ଆସି ଟାଣ ହୋଇ ସୂତାରେ ପରିବର୍ତ୍ତିତ ହୋଇଥାଏ । ପରବର୍ତ୍ତୀ ସମୟରେ ଏହା ବଲ୍ ଆକାରର ହୋଇଯାଏ ଯାହାକୁ କୋକୁନ୍ କୁହାଯାଏ । ଏହି କୋକୁନକୁ ଗରମ ପାଣିରେ ପକାଇ ରେଶମ ପ୍ରସ୍ତୁତ କରାଯାଏ । ଏହି କୋକୁନରୁ ୧୩୦୦ମିଟର ପର୍ଯ୍ୟନ୍ତ ରେଶମୀ ସୂତା ବାହାରିଥାଏ । ଆମ ଦେଶରେ ୬୦ ଲକ୍ଷରୁ ଅଧିକ ଲୋକ ଏହି ରେଶମ ବ୍ୟବସାୟରେ ଜଡିତ ଅଛନ୍ତି ।

Get real time updates directly on you device, subscribe now.