fbpx
BJD SKY
BJD SKY

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

BJD

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ବନ୍ଦ ପାଳନର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ୧୮ଟି ରାଜନୈତିକ ଦଳ ଭାଗନେଇଥିବା ଜଣାପଡ଼ିଛି । ତେବେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଭୁବନେଶ୍ୱରରେ ବାମଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ କରାଯାଇଛି । ବ୍ରହ୍ମପୁର, ବାଲେଶ୍ୱର, ନବରଙ୍ଗପୁର, ସୁବର୍ଣ୍ଣପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାତଶଙ୍ଖ ଛକରେ ରାସ୍ତାରୋକ କରାଯାଇଥିଲା । ଗୁଣୁପୁର ଓଭରବ୍ରିଜରେ ସିପିଆଇଏମଏଲ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । କଟକ ବାଦାମବାଡ଼ିରେ ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହଇରାଣ ହେଉଥିବା ଦେଖାଯାଇଥିଲା । ବନ୍ଦ ବେଳେ କଟକ ବାଦାମବାଡ଼ି ଛକରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଜୟଦେବ ବିହାର ଛକରେ ୫୦ରୁ ଅଧିକ ଗାଡ଼ି ଅଟକି ରହିଥିବା ଜଣାଯାଇଛି । ଦୋକାନ ବଜାର, ସରକାରୀ ଅଫିସ ଓ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଦେଖାଦେଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ ରେଳରୋକ କରାଯାଇଥିଲା । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ପରଲକ୍ଷିତ ହୋଇଥିଲା ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କୃଷି ଆଇନକୁ ରଦ୍ଦ କରିବାକୁ କୃଷି ସଙ୍ଗଠନମାନେ ଦାବି କରିଛନ୍ତି । ତେବେ ବନ୍ଦର ପ୍ରଭାବ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ସରକାରଙ୍କ କୃଷି ବିରୋଧୀ ନୀତିକୁ ଜନସାଧାରଣ ବିରୋଧ କରିଛନ୍ତି ।

Get real time updates directly on you device, subscribe now.