fbpx

[Video] ଭରତପୁର ଥାନା ବିବାଦ; ସାମ୍ନାକୁ ଆସିଲା ନୂଆ ଭିଡିଓ, ରାସ୍ତାରେ ମେଜର୍ ଓ ବାନ୍ଧବୀ-ରୋଡ୍ ରୋମିଓ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ସାମ୍ନାକୁ ଆସିଲା ନୂଆ ଭିଡିଓ । ରାସ୍ତା ଉପରେ ମେଜରଙ୍କ ବାନ୍ଧବୀଙ୍କୁ ଟଣା ଓଟରା କରିଥିଲେ ରୋଡ୍ ରୋମିଓ । ମେଜରଙ୍କୁ ମାଡ଼ ମାରିବା ସହ ତାଙ୍କ ବାନ୍ଧବୀଙ୍କୁ କରିଥିଲେ ଅତ୍ୟାଚାର। ରାସ୍ତାରେ କମେଣ୍ଟ ମାରିବା ପରେ ଆରମ୍ଭ ହୋଇଥିଲା ବଚସା । ରାସ୍ତା ଉପରେ ଚାଲିଥିଲା ଟଣାଓଟରା । ସେମାନଙ୍କୁ ବିନା ଭୟରେ ସାମ୍ନା କରିଥିଲେ ମେଜରଙ୍କ ବାନ୍ଧବୀ ।

ସେମାନେ ୬ରୁ ଅଧିକ ଜଣ ଥିବାବେଳେ, ଏମାନେ ୨ ଜଣ । ରାସ୍ତାରେ ଚାଲିଥିଲା ଠେଲାପେଲା ଯୁକ୍ତିତର୍କ । ମେଜରଙ୍କ ସ୍ତ୍ରୀଙ୍କୁ ଘେରି ଯାଇଥିଲେ ସବୁ ଯୁବକ । କମେଣ୍ଟ ମାରିବା ପରେ ଯୁବତୀଙ୍କୁ ଏକା ପାଇ ଘଟାଇଥିଲେ ଅଘଟଣ । ଠେଲାପେଲା ମାରପିଟ । ମେଜରଙ୍କୁ ମାରିବା ପରେ ତାଙ୍କ ବାନ୍ଧବୀଙ୍କୁ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଅନ୍ଧାର ରାସ୍ତାରେ କେମିତି ଅପ୍ରୀତିିକର ପରିସ୍ଥିତି ସୃଷ୍ଟି ହୋଇଛି । ମେଜରଙ୍କ ବାନ୍ଧବୀଙ୍କୁ ଘେରି ଯାଇଛନ୍ତି ୬ରୁ ଅଧିକ ଯୁବକ ।

ସମସ୍ତଙ୍କ ମୁହଁ ସଫା ସଫା ଦେଖା ଯାଉଛି। କେହି ମଧ୍ୟ ମେଜରଙ୍କ ବାନ୍ଧବୀଙ୍କୁ ଛାଡ଼ୁ ନାହାଁନ୍ତି । ଆଉ ଯେତେବେଳେ ମେଜର ତାଙ୍କୁ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ମେଜରଙ୍କୁ ପୁରା ଘେରି ରହିଛନ୍ତି ରୋଡ ରୋମିଓ । ହେଲେ ସବୁପରେ ଚୁପ ଥିଲେ ମେଜର । ମେଜର ଚାହିଁଥିଲେ ଏକାକୀ ଲଢ଼ି ପାରିଥାନ୍ତେ । କାହିଁକି ନା ସେ ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ । ତାଙ୍କୁ ଲଢେଇର ସବୁ କୌଶଳ ଜଣାଥିବା ସତ୍ତ୍ୱେ ସେ ଆଇନକୁ ସମ୍ମାନ ଜଣାଇ ଚୁପ ଥିବା ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଛି ।

Get real time updates directly on you device, subscribe now.