fbpx

ଭୁବନେଶ୍ୱରର କୋଟିପତି କିରାଣି ଗିରଫ

Advertisement

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଆଜି ଗିରଫ ହୋଇଛନ୍ତି । ଅସିତ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ । ରେଡ ବେଳେ ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

ତେବେ ଗତକାଲି ଅସିତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କ ଘରେ ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ଏକ ପ୍ଲଟ୍‌, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍‌ ଏବଂ ଆର୍‌ବି ଡିଭିଜନ୍‌ରେ ଥିବା ଅଫିସ୍‌ ରୁମ୍‌ରେ ଏହି ଚଢ଼ାଉ କରିଥିଲା । କୋଟିପତି କିରାଣିଙ୍କର ରହିଥିଲା ମୋବାଇଲ୍‌ ସଉକ । ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ମିଳିଥିଲା ନୂଆ ଆଇଫୋନ୍‌ । କେବଳ ଫୋନ୍‌ର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । କିରାଣିଙ୍କ ଘରୁ ନୂଆ ଲ୍ୟାପଟପ୍‌ ଓ ଲକ୍ଷାଧିକ ଟଙ୍କାର ଏଲ୍‌ଇଡି ମିଳିଥିଲା । ଏହା ସହ ଦାମୀ ବାଇକ୍‌ ଓ କାର୍‌ ଜବତ କରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.