fbpx

ବିଭବ କୁମାର ଗିରଫ, ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ

ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ସହ ଦୁର୍ବ୍ୟବହାର ଓ ମାରପିଟ୍ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ମାଲିୱାଲ ମେ’ ୧୩ ତାରିଖରେ କେଜ୍ରିୱାଲଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ । ସେଠାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର ଓ ମାରପିଟ୍ କରିଥିବା ନେଇ ସ୍ୱାତୀ ପୋଲିସରେ ଅଭିଯୋଗ କରିଥିଲେ । ଦିଲ୍ଲୀ ପୋଲିସ ସ୍ୱାତୀ ମାଲିୱାଲଙ୍କୁ ଭେଟି ତାଙ୍କ ଠାରୁ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ । ପରବର୍ତ୍ତୀ ସମୟରେ ବିଭବ କୁମାରଙ୍କ ବିରୁଦ୍ଧରେ ଜାମିନୀବିହୀନ ଧାରା ସହିତ ଆଇପିସିର ଅନ୍ୟ ଧାରା ଜରିଆରେ ମାମଲା ରୁଜୁ କରାଯାଇଥିଲା । ଏଫଆଇଆର୍ ଦାଖଲ ହେବା ପରେ ପୋଲିସ ବିଭବ କୁମାରଙ୍କ ତଲାସରେ ଲାଗି ପଡିଥିଲା ।

ଆଜି ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରୁ ହିଁ ବିଭବ କୁମାରଙ୍କୁ ଗିରଫ କରିଛି । ତେବେ ସୁରକ୍ଷା କାରଣରୁ ପୋଲିସ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନର ପଛ ଦ୍ୱାରବାଟେ ଗିରଫ କରି ନେଇଛି । ତାଙ୍କୁ ସିଭିଲ୍ ଲାଇନ୍ ପୋଲିସ ଥାନା ଅଣାଯାଇଛି । ପ୍ରଥମେ ତାଙ୍କ ମେଡିକାଲ ପରୀକ୍ଷା କରାଯିବ ଓ ପରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ହାଜର କରାଯାଇ କଷ୍ଟଡୀ ମଗାଯିବ । ଯାହାଫଳରେ ତାଙ୍କୁ ଘଟଣା ବିଷୟରେ ପଚାଉଚୁରା କରାଯିବ ।

Get real time updates directly on you device, subscribe now.