fbpx

ରାଷ୍ଟ୍ରପତିଙ୍କୁ ଥିଲା ଭୟଙ୍କର ରୋଗର ବିପଦ: ମୃତ୍ୟୁକୁ ହରାଇ ଫେରିଛନ୍ତି ଜୋ ବାଇଡେନ୍

AAKASH

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ ଏକ ସର୍ଜରୀ କରାଇଛନ୍ତି । ଛାତିରୁ ସଫଳତାପୂର୍ବକ ‘ସ୍କିନ କ୍ୟାନ୍ସର’ର କ୍ଷତକୁ ହଟାଇ ଦିଆଯାଇଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର କେଭିନ ଓ’କନର । ବେସଲ ସେଲ କାର୍ସିନେ।। ନାମକ ଏହି କ୍ଷତ ଆଗକୁ ମହାବିପଦ ହୋଇପାରିଥାନ୍ତା । ଏହି ସାମନ୍ୟ କ୍ଷତ ଆଗାମୀ ଦିନରେ କ୍ୟାନ୍ସରର ରୂପ ନେଇ ପାରିଥାନ୍ତା ବୋଲି କହିଛନ୍ତି ଡାକ୍ତର ।

ଡାକ୍ତର କେଭିନ କହିଛନ୍ତି ଯେ, ଫେବୃଆରୀ ୧୬ ତାରିଖରେ ରାଷ୍ଟ୍ରପତିଙ୍କୁ ଶରୀରରୁ ସମସ୍ତ କ୍ୟାନ୍ସରଯୁକ୍ତ ଟସୁକୁ ହଟାଇ ଦିଆଯାଇଛି । ଏବେ ପୁଣିଥରେ କର୍ମସ୍ଥଳକୁ ଫେରିବା ପାଇଁ ଏକଦମ୍ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ସ୍କିନ କ୍ୟାନ୍ସରର ଏହି କ୍ଷତ ବାଇଡେନଙ୍କ ଛାତିରେ ରହିଥିଲା । ବେସଲ କୋଶିକାଗୁଡିକ କ୍ୟାନ୍ସରର ଚିକିତ୍ସା ଅପେକ୍ଷା ସହଜ ଅଟେ । ତେବେ ଯଦି ଏହା ଉଚିତ୍ ସମୟରେ ଚିହ୍ନଟ ହୋଇଯାଏ, ତେବେ ଏହା ଠିକ ହେବା ପାଇଁ ଖୁବ ସମୟ ଲାଗିଥାଏ । ତେବେ ଏହି କ୍ୟାନ୍ସର ଅନ୍ୟ କ୍ୟାନ୍ସର ଭଳି ବ୍ୟାପି ନଥାଏ । କିନ୍ତୁ ଅକାରରେ ବୃଦ୍ଧି ପାଇଥାଏ ଏହି କ୍ୟାନ୍ସର । ତେଣୁ ଏଗୁଡିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥାଏ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଛାତିରୁ ମଧ୍ୟ ଏହି କ୍ୟାନ୍ସରକୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି ।

ରାଷ୍ଟ୍ରପତି ହେବା ପୂର୍ବରୁ ମଧ୍ୟ ବାଇଡେନଙ୍କ ଶରୀରରୁ ଅନେକ ନନ୍-ମେଲେନୋମା ସ୍କିନ କ୍ୟାନ୍ସର ହଟାଯାଇଥିବା କହିଛନ୍ତି ଡାକ୍ତର କେଭିନ । ବେସଲ ସେଲ କାର୍ସିନୋମା ଏକ ମନ୍ଥର ଗତିରେ ବଢୁଥିବା କ୍ୟାନ୍ସର, ଯାହା ସାଧାରଣତଃ ଚର୍ମର ପୃଷ୍ଠ ପର୍ଯ୍ୟନ୍ତ ସୀମିତ ରହିଥାଏ । ତେବେ ଉଚିତ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଭୟାନକ ରୂପ ନେଇପାରେ । ସର୍ଜରୀ ସମୟରେ ଚୀରା ଲଗାଇ ଏହାକୁ ହଟାଇଥାନ୍ତି ଡାକ୍ତର । ତେଣୁ ବାଇଡେନଙ୍କ ଦେହରେ ବଢୁଥିବା ଏହି ରୋଗ ମଧ୍ୟ ସଠିକ ସମୟରେ ଚିହ୍ନଟ ହୋଇଥିବାରୁ ତାଙ୍କର ସର୍ଜରୀ କରାଯାଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ।

Get real time updates directly on you device, subscribe now.