fbpx

ପଶୁପକ୍ଷୀଙ୍କ ସେବା କରିବେ ବିଦ୍ୟାଭାରତୀ, ପରୀକ୍ଷା ଦେବାପାଇଁ ପହଞ୍ଚିଲେ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଗଭୀର ସନ୍ଦେହ ଘେରରେ ରହିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ । ପୋଲିସ୍ ଓ ତାଙ୍କ ଶାଶୁ ଘର ଲୋକଙ୍କ ମନରେ ମଧ୍ୟ ତାଙ୍କୁ ନେଇ ଅନେକ ସନ୍ଦେହ କରାଯାଉଛି । ଏହା ଭିତରେ ବିଦ୍ୟାଭାରତୀ ଘନଘନ ଜେରାର ଶିକାର ବି ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଆଜି ବିଦ୍ୟାଭାରତୀ ନିଜ କ୍ୟାରିୟର୍ ଉପରେ ଫୋକସ୍ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆଜି ପରୀକ୍ଷା ଦେବା ପାଇଁ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ପହଞ୍ଚିଥିଲେ । ଧଳା ସାଲୱାର୍ ପିନ୍ଧି ସେ ଆଜି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରଶ୍ନ ବାଣ କରିଥିବା ବେଳେ ତାଙ୍କ ବାପା ଆସି ଅଟକାଇଥିଲେ ଓ ଝିଅକୁ ପରୀକ୍ଷା କେନ୍ଦ୍ରକୁ ପଠାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.