fbpx
BJD SKY
BJD SKY

ବଡ଼ ଦୁର୍ଘଟଣା: କନ୍ୟାଙ୍କୁ ବିଦାୟ ଦେଇ ଆରପାରିକୁ ଚାଲିଗଲେ ପିତାମାତା, ଭ୍ୟାନ୍ ଓଲଟି ୫ ଜଣଙ୍କ ମୃତ୍ୟୁ, ୨୯ ଜଣ ଆହତ

BJD

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହି ପାରିବେ ନାହିଁ । ତେବେ କନ୍ୟାଙ୍କ ବିବାହ ସାରି ଫେରୁଥିବା ସମୟରେ ପିତାମାତା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ପିକଅପ୍ ଭ୍ୟାନ ଓଲଟି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିବା ସହ ୨୯ ଜଣଙ୍କ ଅବସ୍ଥା ଗୁରତର ରହିଛି । ଉକ୍ତ ଭ୍ୟାନରେ ପାଖାପାଖି ୪୦-୫୦ ଜଣ ଯାତ୍ରୀ ରହିଥିବା ବେଳେ ଘଟଣାସ୍ଥଳରେ ସ୍ଥଳରେ ହିଁ ପାଞ୍ଚଜଣ ଯାତ୍ରୀ ଆରପାରିକୁ ଚାଲିଯାଇଥିଲେ ।

ସୂଚନା ମୁତାବକ, ଝାଡ଼ଖଣ୍ଡରୁ ଏଭଳି ଏକ ଦୁଃଖଦ ତଥା ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଗତକାଲି ରାତିରେ ଗୁମଲା ଜିଲ୍ଲାର ଡୁମୁରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ସାରଙ୍ଗଡିହ ଗ୍ରାମରୁ ନିଜ କନ୍ୟାଙ୍କ ବିବାହ ସାରି କଟାରୀ ଫେରୁଥିବା ସମୟରେ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୫ ଜଣ ମୃତକଙ୍କ ଜୀବନ ଦୁର୍ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ପିକଅପ୍ ଅଚାନକ ତିନି ଥର ଓଲଟି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ୨୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଶୋଚନୀୟ ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଗୁରୁତର ଯାତ୍ରୀଙ୍କୁ ରାଞ୍ଚିକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣାରେ କନ୍ୟାଙ୍କର ପିତାମାତାଙ୍କ ଅକାଳ ବିୟୋଗ ବର ଓ କନ୍ୟା ପକ୍ଷଙ୍କ ପାଇଁ ଗଭୀର ଦୁଃଖ ଆଣି ଦେଇଛି । ହସ ଖୁସିରେ ଝିଅକୁ ବିଦାୟ ଦେଇ ଫେରୁଥିବା ସମୟରେ ପିତାମାତା ହସି ହସି ସତେ ଯେମିତି ଆରପାରିକୁ ଚାଲିଯାଇଛନ୍ତି ।

Get real time updates directly on you device, subscribe now.