fbpx
BSKY
BJD SHG SKY
BJD YOUTH SKY

ଭ୍ରଷ୍ଟାଚାର ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ, ୨ ଜଣ ଡାକ୍ତରଙ୍କ ସହ ୯ ଜଣ ଗିରଫ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ(ସିବିଆଇ) ଭ୍ରଷ୍ଟାଚାର ସହ ଜଡିତ ଏକ ମାମଲାରେ ୯ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଆରଏମଏଲ୍ ହସ୍ପିଟାଲର ଅଟନ୍ତି । ଏମାନଙ୍କ ମଧ୍ୟରେ କିଛି ଡାକ୍ତର ବି ସାମିଲ ଅଛନ୍ତି । ଅଭିଯୋଗ ରହିଛି କି ଏମାନେ ସମସ୍ତେ ଆବଶ୍ୟକ ଉପକରଣ ଯୋଗାଣ କରୁଥିବା କମ୍ପାନୀର ପ୍ରତିନିଧି ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ସିବିଆଇକୁ ରାମ ମନୋହର ଲୋହିଆ ହସ୍ପିଟାଲର କିଛି ଡାକ୍ତର ଓ କର୍ମଚାରୀ ଭ୍ରଷ୍ଟାଚାରରେ ସାମିଲ ରହିଥିବା ନେଇ ସୂଚନା ମିଳିଥିଲା ।

ହସ୍ପିଟାଲର କାର୍ଡିଓଲଜି ବିଭାଗର ୨ ଜଣ ଡାକ୍ତର ଖୋଲାଖୋଲି ଲାଞ୍ଚ ମାଗୁଥିଲେ । ଏମାନେ ଆବଶ୍ୟକ ଉପକରଣ ଯୋଗାଣ କରୁଥିବା କମ୍ପାନୀର ପ୍ରତିନିଧିଙ୍କ ଜରିଆରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଏହି ଦୁଇ ଡାକ୍ତରଙ୍କ ବ୍ୟତିତ ମେଡିକାଲ କମ୍ପାନୀର ପ୍ରତିନିଧି ନରେଶ ନାଗପାଳ, ଅବରାର ଅହମ୍ମଦ, ଆକର୍ଷଣ ଗୁଲାଟୀ, ମୋନିକା ସିଂହ, ଭରତ ସିଂହ ଦଲାଲଙ୍କ ନାମରେ ମଧ୍ୟ ସିବିଆଇ ଏଫଆଇଆର୍ ରୁଜୁ କରିଛି । ଡାକ୍ତର ଏମାନଙ୍କ ମେଡିକାଲ୍ ସାମଗ୍ରୀ ପ୍ରମୋଟ୍ ଓ ସପ୍ଲାଏ କରିବା ଲାଗି ଲାଞ୍ଚ ନେଉଥିଲେ । ସେହିପରି ଆରଏମଏଲ୍‌ର କିରାଣୀ ଭୁବଲ ଜୈସ୍ୱାଲ ଓ ନର୍ସ ଶାଲୁ ଶର୍ମା ରୋଗୀଙ୍କ ଚିକିତ୍ସା ନାମରେ ସେମାନଙ୍କ ଠାରୁ ଲାଞ୍ଚ ନେଉଥିଲେ । ଗିରଫ କରାଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ନିଆଯିବ ।

Get real time updates directly on you device, subscribe now.