fbpx

କଙ୍ଗନାଙ୍କୁ ଚାପୁଡ଼ା ମାରିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; ମହିଳା ଗାର୍ଡଙ୍କୁ ନିଲମ୍ବିତ କଲେ CISF ଡିଜି

Advertisement

ମୁମ୍ବାଇ: କଙ୍ଗନାଙ୍କୁ ଚାପୁଡ଼ା ମାରିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆ ଯାିଇଛି। ଅଭିଯୁକ୍ତ ମହିଳା ଗାର୍ଡଙ୍କୁ ନିଲମ୍ବିତ କରିଛନ୍ତି CISF ଡିଜି । ସୂଚନା ଅନୁଯାୟୀ, ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନା ରାଣାୱତଙ୍କ ସହ ସିଆଇଏସଏଫର ମହିଳା ସୁରକ୍ଷା କର୍ମୀଙ୍କ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ପରେ ସୁରକ୍ଷାକର୍ମୀମାନେ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ତଦନ୍ତ କମିଟି ଗଠନ କରାଯାଇଛି, ଯିଏ ଘଟଣାର ତଦନ୍ତ କରିବ। ଏହି ଘଟଣା ପରେ କଙ୍ଗନା ରାଣାୱତ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିଯୁକ୍ତ ମହିଳା ସୁରକ୍ଷା କର୍ମୀ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ଭିଡିଓରେ ମହିଳା ସୁରକ୍ଷା କର୍ମୀମାନେ କୃଷକ ଆନ୍ଦୋଳନ ସମୟରେ କଙ୍ଗନାଙ୍କ ବୟାନକୁ ଉଲ୍ଲେଖ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ଶୁଣିଲେ ଯାହା କାହାର ବି ଜସ ଉଡିଯିବ ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ କର୍ମଚାରୀମାନେ କୃଷକ ଆନ୍ଦୋଳନ ସମୟରେ କଙ୍ଗନା ଦେଇଥିବା ବୟାନରେ ରାଗି ଯାଇଥିଲେ। ସିଆଇଏସ୍ଏଫ୍ କୁଲବିନ୍ଦର କୌର କହିଛନ୍ତି, କଙ୍ଗନା ରାଣାୱତ ଏକ ବୟାନ ଦେଇଥିଲେ ଯେ କୃଷକମାନେ ଆନ୍ଦୋଳନରେ ୧୦୦ ଟଙ୍କା ପାଇଁ ବସିଛନ୍ତି। ସେ ସେଠାକୁ ଯାଇ ବସିବେ କି? କଙ୍ଗନା ଏହି ବୟାନ ଦେବା ସମୟରେ ମୋ ମା’ ସେଠାରେ ବସିଥିଲେ।

Get real time updates directly on you device, subscribe now.