fbpx

SBI ଗ୍ରାହକଙ୍କ ପାଇଁ ବଡ ଝଟକା, ଋଣ ହେବ ମହଙ୍ଗା, ବଢ଼ିଯିବ ଆପଣଙ୍କ EMI

ମୁମ୍ବାଇ(ଓଡ଼ିଶା ଭାସ୍କର): ଭାରତର ସବୁଠୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍‌ବିଆଇ) ତାର ଗ୍ରାହକମାନଙ୍କୁ ଦେଇଛି ବଡ଼ ଝଟକା। ଏସ୍‌ବିଆଇ ମାର୍ଜିନାଲ ମୂଲ୍ୟର ଫଣ୍ଡ ଆଧାରିତ ଋଣହାର(ଏମସିଏଲଆର) ସୁଧହାରରେ ୨୦ ବେସିସି୍ ପଏଣ୍ଟ ବୃଦ୍ଧି କରିଛି। ବିଭିନ୍ନ ଅବଧି ପାଇଁ ବ୍ୟାଙ୍କ୍ ଏହି ନିଷ୍ପତ୍ତି ପରେ ଋଣ ନେବା ମହଙ୍ଗା ହେବ ଏବଂ ଆପମଙ୍କ ଇଏମଆଇ ବଢିଯିବ।

ଗତମାସରେ ମଧ୍ୟ ଏସ୍‌ବିଆଇ ଏମସିଏଲଆର ଋଣହାରକୁ ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା। ଗୋଟିଏ ମାସ ବ୍ୟବଧାନରେ ଲଗାତାର ଦୁଇ ଥର ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ବୃଦ୍ଧି କରିବା ପରେ ବ୍ୟାଙ୍କମାନଙ୍କୁ ସୁଧହାର ବଢାଇବାକୁ ସୁଯୋଗ ମିଳିଛି। ଏହି କାରଣରୁ ପ୍ରାୟ ବ୍ୟାଙ୍କ୍ ସୁଧହାର ବୃଦ୍ଧି କରୁଛନ୍ତି।

ଏମସିଏଲଆରଏକ ମାସ ପାଇଁ ଏବଂ ଜୁନ୍ ୧୫ ରୁ ତିନିମାସ ପାଇଁ ୭.୦୫% ଥିବାବେଳେ ବର୍ତ୍ତମାନର ହାର ୬.୮୫% ହେବ। ଛଅ ମାସ ପାଇଁ ଏମସିଏଲଆର ବର୍ତ୍ତମାନ ୭.୧୫% ରେ ଠିଆ ହୋଇଛି, ଯାହା ୭.୩୫% କୁ ବୃଦ୍ଧି ପାଇବ ଏବଂ ଏକ ବର୍ଷର ଏମସିଏଲଆର ବର୍ତ୍ତମାନର ୭.୨୦% ରୁ ୭.୪୦% କୁ ବୃଦ୍ଧି ପାଇବ।

Get real time updates directly on you device, subscribe now.