fbpx

ବଡ଼ ଖବର: ରାଜ୍ୟରେ ୧୭ଜିଲ୍ଲାରୁ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ୧୬ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୬୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗଞ୍ଜାମରୁ ସର୍ବାଧିକ ୪୧, ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦, ଖୋର୍ଦ୍ଧାରୁ ୮, ଯାଜପୁରରୁ ୮, ପୁରୀରୁ ୭, ସୁନ୍ଦରଗଡ଼ରୁ ୬, ନବରଙ୍ଗପୁରରୁ ୩, ମୟୂରଭଞ୍ଜରୁ ୩, ଝାରସୁଗୁଡ଼ାରୁ ୨, ବଲାଙ୍ଗୀରରୁ ୨, ନୟାଗଡ଼, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅମ୍ଫାନ ଡ଼୍ୟୁଟିରେ ପଶ୍ଚିମବଙ୍ଗ ଯାଇଥିବା ୧୧ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.