fbpx

BIG BREAKING; ଉତ୍ତରକାଶୀର ଟନେଲ ଟ୍ରାଜେଡିରେ ୫ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା

ଓଡିଶା ଭାସ୍କର; ଉତ୍ତରକାଶୀର ଚାରିଧାମ ଟନେଲ ଭୁଶୁଡିବା ଘଟଣାରେ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଟନେଲରେ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏଥିରେ ମୟୁରଭଞ୍ଜର ବିଶେଶ୍ୱର ନାୟକ, କୁଲାଡ଼ିହାର ରାଜୁ ନାୟକ, ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଓ ବଡ଼କୁଦାର ଧିରେନ ନାମକ ଜଣେ ଶ୍ରମିକ ଫସି ରହିଥିବା ଜଣାପଡିଛି । ଗତକାଲି ଠାରୁ ପ୍ରାୟ ୪୦ ଶ୍ରମିକଙ୍କ ମଧ୍ୟରେ ଏହି ୫ ଓଡ଼ିଆ ଶ୍ରମିକ ମଧ୍ୟ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ଶ୍ରମିକ ମାନେ ସୁରକ୍ଷିତ ଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଦୁର୍ଘଟଣାରେ ଟନେଲର ୧୫୦ ମିଟର ଲମ୍ବ ଭାଗ ଦବିଯାଇଥିବା ସୂଚନା ରହିଛି । ଉଦ୍ଧାର କାର୍ୟ୍ୟରେ NDRF, SDRF, ITBP, BRO ଭଳି ଦଳ ନିୟୋଜିତ ରହିଛନ୍ତି । ପାଇପ ଯୋଗେ ଶ୍ରମିକଙ୍କ ପାଖକୁ ଖାଦ୍ୟ,ପାଣି ଓ ଅମ୍ଳଜାନ ପଠାଯାଉଛି ବୋଲି ଉଦ୍ଧାରକାରୀ ଦଳ ପ୍ରତିକ୍ରିୟା ରଖିଛନ୍ତି । ଶ୍ରମିକଙ୍କ ଠାରୁ ଉଦ୍ଧାରକାରୀ ଦଳ ୬୦ ମିଟର ଦୂରରେ ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.