fbpx

BIG BREAKING…ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଓଲଟିଲା ବସ୍‌; ୧ ମୃତ, ୧୬ ଆହତ

କଟକ : ସରସ୍ୱତୀପୂଜାରେ ବଡ଼ ଅଘଟଣ । କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍‌ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ବସ୍ । ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧ ମୃତ, ୧୬ ଆହତ ହୋଇଥିବା ସୂଚନା । ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଓଲଟି ପଡ଼ିଲା ‘ଚନ୍ଦନ’ ବସ୍‌ । ଆଗକୁ ବଢିପାରେ ମୃତକ ଅ ଆହତଙ୍କ ସଂଖ୍ୟା । ଯାତ୍ରୀଙ୍କ ସୁରକ୍ଷା ପାଇଁ ପହଞ୍ଚିଲା ଆମ୍ୱୁଲାନସ୍ ।

ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍ ଝରକା ପଟେ କରାଯାଉଛି ଉଦ୍ଧାର । ଜଣେ ସାଇକେଲ ଆରୋହୀଙ୍କ ଉପରେ ଓଲଟି ପଡ଼ିଲା ବସ୍ । ସାଇକେଲ ଆରୋହୀଙ୍କ ଉପରେ ଓଲଟି ଡିଭାଇଡରରେ ପଡ଼ିଯାଇଥିବା ସୂଚନା ।

Get real time updates directly on you device, subscribe now.