fbpx

ବଡ଼ ଖବର: ରାଜ୍ୟର ୨୯ ଜିଲ୍ଲାରୁ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର,୩୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଳାରୁ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ୩୬୮, ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢ଼େଙ୍କାନାଳରୁ ୯୨, କୋରାପୁଟରୁ ୮୧, ସୁନ୍ଦରଗଡ଼ରୁ ୭୫, ନୟାଗଡ଼ରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରୁ ୪୪, ରାୟଗଡ଼ାରୁ ୪୦, ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ ୩୩, କଟକରୁ ୨୮, ମାଲକାନଗିରିରୁ ୨୬, ଅନୁଗୁଳରୁ ୨୫, ବଲାଙ୍ଗୀରରୁ ୧୯, ଯାଜପୁରରୁ ୧୯, କେନ୍ଦୁଝରରୁ ୧୬,ଜଗତସିଂହପୁରରୁ ୧୫, କେନ୍ଦ୍ରାପଡ଼ାରୁ ୧୪, ମୟୁରଭଞ୍ଜରୁ ୧୩, ବରଗଡ଼ରୁ ୧୦, ନୂଆପଡ଼ାରୁ ୯, ଝାରସୁଗୁଡ଼ାରୁ ୭, ସୋନପୁରରୁ ୫, ଦେବଗଡ଼ରୁ ୨, ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.