fbpx

ITR Form; ଅଗ୍ନିବୀରଙ୍କ ପାଇଁ ବଡ଼ ପରିବର୍ତ୍ତନ: ବୀର ଯବାନଙ୍କୁ ମିଳିପାରିବ ଅପୂର୍ବ ସଫଳତା

Advertisement

ନୂଆଦିଲ୍ଲୀ: ଆୟକର ବିଭାଗରେ ଆଇଟିଆର ଫର୍ମ-୧ରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଅଗ୍ନିବୀର ଯବାନଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ଫର୍ମରେ ନୂଆ ଖଣ୍ଡ ଧାରା ସିସିଏଚକୁ ସାମିଲ କରାଯାଇଛି, ଯାହା ଫଳରେ ଅଗ୍ନିବୀର ନିଜ ସେବା ନିଧି କୋଷରେ ବିଭିନ୍ନ ଲାଭ ପାଇପାରିବେ । ଅଗ୍ନିପଥ ଯୋଜନାରେ ନାମାଙ୍କନ କରୁଥିବା ବ୍ୟକ୍ତି ଏବଂ ୨୦୨୨ ନଭେମ୍ବର ୧ ତାରିଖ ବା ଏହାପରେ ଅଗ୍ନିବୀର କୋଷରେ ରାଶି ଜମା କରିଥିବା ବ୍ୟକ୍ତି ହିଁ ଏହି ଧାରା ଅନୁସାରେ କରଛାଡ଼ ପାଇପାରିବେ ବୋଲି କହିଛି ଆୟକର ବିଭାଗ । ଏହି ପରିବର୍ତ୍ତନକୁ ସମଯୋଜିତ କରିବା ପାଇଁ ଆଇଟିଆର ଫର୍ମ-୧କୁ ଅପଡେଟ କରାଯାଇଛି । ଯାହାଦ୍ୱାରା ଧାରା ୮୦ ସିସିଏଚ ଅନୁସାରେ, କରଦାତାଙ୍କୁ ଟାକ୍ସ ଛାଡ଼ ପାଇଁ ପାତ୍ର ରାଶି ସମ୍ପର୍କରେ ବିବରଣୀ ପ୍ରଦାନ କରିବାର ଅନୁମତି ମିଳିପାରିବ ।

ଧାରା ୮୦ ସିସିଏଚ ଅନୁସାରେ ମିଳୁଥିବା କର ଛାଡ଼ ପାଇଁ ଉଭୟ(ନୂଆ ଓ ପୁରୁଣା) କର ବ୍ୟବସ୍ଥାରେ ଅନୁମତି ମିଳିପାରିବ । ଧାରା ୧୧୫ ବିଏସି ଅନୁସାରେ ଏହି ଅନୁମତି ରହିଛି । ଆର୍ତିକ ବର୍ଷ ୨୦୨୩-୨୪ ଏବଂ ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଅଗ୍ନିବୀର ଧାରା ୮୦ ସିସିଏଚ ଅନୁସାରେ କରଛାଡ଼ର ଫାଇଦା ପାଇପାରିବେ । ତେବେ ୪ ବର୍ଷ ପରେ ଅଗ୍ନିବୀରଙ୍କୁ ସ୍କିମରେ ଜମା ଥିବା ପ୍ରାୟ ୧୦.୦୪ ଲକ୍ଷ ଟଙ୍କା ରାଶି ଏବଂ ସୁଧ ମିଳିପାରିବ । ଆୟକର ଅଧିନିୟମର ଧାରା-୧୦ରେ ନୂଆ ଅଧ୍ୟାୟ ସାମିଲ କରାଯାଇ କର୍ପସ ଫଣ୍ଡରେ ମିଳୁଥିବା ରାଶିକୁ ଆୟକରରୁ ବାଦ୍ ଦିଆଯାଇଛି । ଅଗ୍ନିବୀର ଯୋଜନା-୨୦୨୨ରୁ ନାମାଙ୍କିତ ବ୍ୟକ୍ତି ବା ପରିବାର ଏହାର ଫାଇଦା ପାଇପାରିବେ ।

ସୂଚନା ଥାଉ କି, କେନ୍ଦ୍ର ସରକାର ୨୦୨୨ ଜୁନ୍ ୧୪ ତାରିଖରେ ୩ ପ୍ରମୁଖ ସେନାର ଶକ୍ତି ବଢାଇା ପାଇଁ ଆରମ୍ଭ ହୋଇଥିଲା ଅଗ୍ନିବୀର ଯୋଜନା । ଏହାଦ୍ୱାରା ଯୁବକ-ଯୁବତୀମାନଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ସେବା ପ୍ରଦାନ କରିବାକୁ ହେବ । ଅଗ୍ନିବୀରମାନଙ୍କୁ ଆର୍ଥକି ସୁରକ୍ଷା ଦେବା ପାଇଁ ରକ୍ଷା ମନ୍ତ୍ରାଳୟ ଅଧୀନରେ ଅଗ୍ନିବୀର କର୍ପସ ଫଣ୍ଡ ନିର୍ମାଣ କରାଯାଇଛି । ଏଥିରେ ଅଗ୍ନିବୀର ନିଜ ମାସିକ ଦରମାର ୩୦ ପ୍ରତିଶତ ଏହି ଫଣ୍ଡରେ ଦେବା ବାଧ୍ୟତାମୂଳକ ହୋଇଥାଏ ।

କେନ୍ଦ୍ର ସରକାର ମଧ୍ୟ ସମାନ ରାଶି ପ୍ରଦାନ କରିଥାନ୍ତି । ସୁଧ ସହିତ ଏହି ରାଶି ପରିବକ୍ତା ଅବଧି ସମୟରେ ପ୍ରାୟ ୧୦.୦୪ ଲକ୍ଷ ଟଙ୍କା ହୋଇଯାଏ । ଏଥିରେ ସରକାରଙ୍କ ଯୋଗଦାନ ହିଁ ଅଗ୍ନିବୀରଙ୍କ ଆୟ ବୋଲି କୁହାଯାଏ ଏବଂ ଏଥିରେ କର ଦେବାକୁ ପଡ଼ିଥାଏ । ତେବେ ଯୋଜନା ଆରମ୍ଭରୁ ହିଁ ଅଗ୍ନିବୀରଙ୍କୁ କର୍ପସ ଫଣ୍ଡରେ ଯୋଗଦାନକୁ ନେଇ ଟାକ୍ସ ଛାଡ଼ ପ୍ରସ୍ତାବ ରହିଥିଲା । ଏହାବ୍ୟତୀତ ସେବାର ଶେଷ ବର୍ଷରେ ମିଳିଥିବା ଆର୍ଥିକ ପ୍ୟାକେଜରେ ମଧ୍ୟ ଟାକ୍ସ ଛାଡ଼ କରିବାର ପ୍ରସ୍ତାବ ରହିଛି । ପରେ ଏହାକୁ ଛାଡ଼ କରାଯାଇଛି ।

Get real time updates directly on you device, subscribe now.