fbpx
BSKY
BJD MC SKY
BJD YOUTH SKY

Jio ୟୁଜରମାନଙ୍କୁ ମିଳିବ ବଡ଼ ଉପହାର: କମ୍ପାନୀ ମାଗଣାରେ ଯୋଗାଇବ ଏହି ସୁବିଧା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିକମ୍ କମ୍ପାନୀ ଜିଓ ତରଫରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର ପ୍ରଦାନ କରାଯାଉଛି । ଏକଦମ ମାଗଣାରେ ଏକ ସୁବିଧା ଯୋଗାଇ ଦେବ ରିଲାଏନ୍ସ ଜିଓ । ଏହାଦ୍ୱାରା ଜିଓ ୟୁଜରମାନେ କମ୍ ଖର୍ଚ୍ଚ କରି ଏକ ବଡ଼ ଫାଇଦା ପାଇପାରିବେ । ୪୦୦ ଟଙ୍କାରୁ କମ୍ ଖର୍ଚ୍ଚରେ ପ୍ଲାନ ରିଚାର୍ଜ କରି ଏହି ସୁବିଧା ଆକ୍ଟିଭ କରିପାରିବେ ଜିଓର ଲକ୍ଷ ଲକ୍ଷ ୟୁଜର । ଏହି ସୁବିଧା ପାଇଁ ପୂର୍ବରୁ ବଡ଼ ଆମାଉଣ୍ଟର ରିଚାର୍ଜ କରିବା ସହ ସ୍ପେଶାଲ ପ୍ଲାନ ମଧ୍ୟ ରିଚାର୍ଜ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ଏହା ଛୋଟ ପ୍ଲାନରେ ମଧ୍ୟ ଉପଲବ୍ଧ ହୋଇପାରିଛି ।

ଜିଓ ତରଫରୁ ୪୦୦ ଟଙ୍କାରୁ କମ୍ ଟଙ୍କାର ରିଚାର୍ଜ ପ୍ଲାନରେ ଓଟିଟିର ଡିସନୀ+ ହଟଷ୍ଟାର ଉପଲବ୍ଧ କରାଯାଇଛି । ଏହି ରିଚାର୍ଜ ପ୍ଲାନ କଲେ ୟୁଜରମାନେ ୩ ମାସ ପାଇଁ ମାଗଣା ହଟଷ୍ଟାର ସବସ୍କ୍ରିପ୍ସନ ମଧ୍ୟ ପାଇପାରିବେ ।

  • ୩୨୮ ଟଙ୍କାର ଜିଓ ରିଚାର୍ଜ ପ୍ଲାନ: ସବୁଠାରୁ ଶସ୍ତା ଫ୍ରି ଓଟିଟି ପ୍ଲାନ ୨୮ ଦିନର ଭ୍ୟାଲିଡିଟି ସହ ଉପଲବ୍ଧ ରହିଛି । ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ସହିତ ଅନଲିମିଟେଡ କଲ୍ ଏବଂ ୧୦୦ ମେସେଜ ଫ୍ରି ମଦ୍ୟ ପାଇପାରିବେ ୟୁଜର । ଏହାବ୍ୟତୀତ ଜିଓ ଆପ୍ସ(Jio TV, Jio Cinema, Jio Cloud) ଇତ୍ୟାଦି ମଧ୍ୟ ମିଳିପାରିବ ।
  • ୩୩୧ ଟଙ୍କାର ଜିଓ ରିଚାର୍ଜ ପ୍ଲାନ: ଆକ୍ଟିଭ ପ୍ଲାନ ଥାଇ ମଧ୍ୟ ଯଦି ଅତିରିକ୍ତ ଡାଟା ସହିତ ମାଗଣା ଓଟିଟି ସବସ୍କ୍ରିପ୍ସନ ଆବଶ୍ୟକ ପଡ଼ିଥାଏ, ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ଖୁବ ଲାଭଦାୟକ ରହିବ । ଏହି ପ୍ଲାନ ୩୦ ଦିନର ଭ୍ୟାଲିଡିଟି ସହିତ ୪୦ ଜିବି ଡାଟା ଆଡ୍-ଅନ୍ ଦେଉଛି କମ୍ପାନୀ । ଏହି ପ୍ଲାନ ରିଚାର୍ଜ କରିବା ଦ୍ୱାରା ମାଗଣା ଓଟିଟିର ସୁବିଧା ପାଇପାରିବେ । ତେବେ ଏହି ସୁବିଧା ଉପଲବ୍ଧ କରାଇବା ପାଇଁ ପୂର୍ବରୁ କୌଣସି ଆକ୍ଟିଭ ପ୍ଲାନ ଥିବା ଆବଶ୍ୟକ ।
  • ୩୮୮ ଟଙ୍କାର ଜିଓ ରିଚାର୍ଜ ପ୍ଲାନ:  ଯଦି ଆପଣଙ୍କୁ ପ୍ରତିଦିନ ୨ ଜିବି ଡାଟା ଆବଶ୍ୟକ ହେଉଛି, ତେବେ ୨୮ ଦିନର ଭ୍ୟାଲିଡିଟି ସହିତ ଏହି ପ୍ଲାନକୁ ଆପଣ ରିଚାର୍ଜ କରିପାରନ୍ତି । ଏହି ପ୍ଲାନରେ ମଧ୍ୟ ସମସ୍ତ ନେଟୱାର୍କକୁ ଅନଲିମିଟେଡ କଲିଙ୍ଗ ସୁବିଧା ସହ ପ୍ରତିଦିନ ୧୦୦ ଏସଏମଏସ ମାଗଣାରେ ମିଳିଥାଏ । ଏହାସହିତ ମାଗଣା ଓଟିଟି ଏବଂ ଜିଓ ଆପ୍ସ( Jio TV, Jio Cinema, Jio Cloud) ଇତ୍ୟାଦି ମଧ୍ୟ ପାଇପାରିବେ ଜିଓ ୟୁଜର ।

Get real time updates directly on you device, subscribe now.