fbpx

(Video) ସରକାରଙ୍କ ବଡ଼ ଘୋଷଣା; ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ଟଙ୍କା, ୩ଟି ମାଗଣା ସିଲିଣ୍ଡର

Advertisement

ଓଡ଼ିଶା ଭାସ୍କର: ସରକାର ବଦଳିବା ପରେ ବଦଳୁଛି ଗୋଟିଏ ପରେ ଗୋଟିଏ ନିୟମ । ଲୋକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନୂଆ ଯୋଜନା ଆରମ୍ଭ କରୁଛନ୍ତି । ଯାହାଫଳରେ ସାଧାରଣ ଜନତା ଉପକୃତ ହୋଇ ପାରିବେ । ଗରିବ ତଥା ଦିନ ମଜୁରିଆଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି ବିଜେପି ସରକାର । ନିର୍ବାଚନ ପୂର୍ବରୁ ଜନତା ଜନାର୍ଦ୍ଦନକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଗୋଟି ଗୋଟି କରି ସମସ୍ତ କଥାକୁ ଏବେ ସରକାର କାମରେ କରି ଦେଖାଉଛନ୍ତି । ଏଥିମଧ୍ୟରେ ମହିଳାଙ୍କ ବିକାଶ ପାଇଁ ମାସିକ ଭତ୍ତା ଏବଂ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ବିକାଶର ଏକ ନୂଆ ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି ସରକାର । ନିର୍ବାଚନ ପ୍ରଚାର ବେଳେ ସରକାର ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ଗୋଟି ଗୋଟି କରି ପୂରଣ କରିବାକୁ ଲାଗି ପହିଛନ୍ତି । ଫୁଲସ୍ପିଡରେ ଚାଲିଛି କାମ , ସରକାର ବେଶ୍ ଆକ୍ଟିଭ ମୋଡରେ ଥିବା ବେଳେ ସରକାରଙ୍କ ଫୋକସରେ ବିଶେଷ କରି ରହିଛନ୍ତି ମହିଳା ଓ କୃଷି । ମହିଳା କିଭଳି ଭାବରେ ସ୍ୱାମଲମ୍ବୀ ହୋଇ ପାରିବେ ସେଥିପାଇଁ ଏବେ ମହିଳାଙ୍କ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଏଣିକି ପ୍ରତି ମାସରେ ମହିଳାଙ୍କୁ ୧୫୦୦ଟଙ୍କା ଲେଖାଏଁ ଭତ୍ତା ଯୋଗାଇ ଦିଆଯିବ ।

ଏଥିସହିତ ପରିବାର ପିଛା ମାଗଣା ୩ ଟି ମାଗଣା ସିଲିଣ୍ଡର ମଧ୍ୟ ମିଳିବା ନେଇ ସରକାର ଘୋଷଣା କରିଛନ୍ତି । ଏହାସହ ୪୪ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ୍ ବିଲ୍ ଦେୟ ଛାଡ କରାଯିବା ସହ ୫୦୦୦ ଟଙ୍କା ବୋନସ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସରକାରଙ୍କ ଏହି ଘୋଷଣା ସାଧାରଣ ଜନତାଙ୍କ ମୁହଁରେ ଖୁସି ଭରି ଦେଇଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ନ ଭୁଲି କଥା ଦେଇ କଥା ରଖିଛନ୍ତି ସରକାର ।

Get real time updates directly on you device, subscribe now.