fbpx
BSKY SKY
BSKY SKY

IPL-2024 ରେ ଚେନ୍ନାଇ ଖେଳିବ ବଡ଼ Mind Game: ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ଏହି ଖେଳାଳି ହେବେ ସାମିଲ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଏଲ-୨୦୨୪କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମସ୍ତ ଦଳ ନିଜ ନିଜର ରିଲିଜ ଓ ରିଟେନ୍ ଲିଷ୍ଟ ଜାରି ହୋଇଯାଇଛି । ତେବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ରିଲିଜ । ଆସନ୍ତା ଆଇପିଏଲ ସିଜନ ପାଇଁ ଷ୍ଟୋକ୍ସଙ୍କୁ ଦଳରୁ ରିଲିଜ କରିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ମାହିଙ୍କ ଚେନ୍ନାଇ ସୁପର କିଙ୍ଗସ ବଡ଼ ମାଇଣ୍ଡ ଗେମ୍ ଖେଳିବାକୁ ଯାଉଛି । ଷ୍ଟାର ଅଲରାଉଣ୍ଡରଙ୍କ ସ୍ଥାନ ପୂରଣ କରିବାକୁ ଧୋନୀଙ୍କ ନଜରରେ ରହିଛନ୍ତି ବିଶ୍ୱକପର ୨ ସୁପରଷ୍ଟାର । ମିନି ଅକ୍ସନରେ ଏହି ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିବ ସିଏସକେ ।

୨୦୨୩ ସିଜନର ଚମ୍ପିଆନ ଦଳ ଚେନ୍ନାଇ ଆସନ୍ତା ସିଜନ ପାଇଁ ଖେଳିବ ମାଷ୍ଟରଷ୍ଟ୍ରୋକ । ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଦୁଇ ଷ୍ଟାର ଅଲରାଉଣ୍ଡରଙ୍କ ଉପରେ ନଜର ରଖିଛି ଚେନ୍ନାଇ ସୁପର କିଙ୍ଗସ । ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର କିମ୍ବା ଡାରିଲ ମିଚେଲଙ୍କୁ ଦଳରେ ସାମିଲ କରିପାରେ ଚେନ୍ନାଇ ସୁପର କିଙ୍ଗସ । ଦିନିକିଆ ବିଶ୍ୱକପରେ ୩ଟି ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଷ୍ଟାର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ଆସନ୍ତା ସିଜନ ପାଇଁ ସମସ୍ତ ଫ୍ରାଞ୍ଚାଇଜି ନଜରରେ ରହିଛନ୍ତି । ଏହାବ୍ୟତୀତ ଟିମ ଇଣ୍ଡିଆ ବିପକ୍ଷରେ ଦମଦାର ଶତକ ହାସଲ କରିଥିବା ଡାରିଲ ମିଚେଲ ମଧ୍ୟ ହାଇ ପ୍ରାଇସରେ ନିଲାମ ହୋଇପାରନ୍ତି । ତେବେ ଉଭୟ ଖେଳାଳିଙ୍କ ମଧ୍ୟରୁ ଜଣକୁ ଚେନ୍ନାଇ ବେନ୍ ଷ୍ଟୋକ୍ସଙ୍କ ବିକଳ୍ପ ଭାବରେ ଦଳରେ ସାମିଲ କରିବାକୁ ନିଶ୍ଚୟ ଚେଷ୍ଟା କରିବ ।

ଏହାବ୍ୟତୀତ ଗତ ସିଜନରେ ଆଇପିଏଲରୁ ବିଦାୟ ନେଇଛନ୍ତି ଷ୍ଟାର ବ୍ୟାଟର ଅମ୍ବାତି ରାୟୁଡୁ । ତେଣୁ ଦଳରେ ତାଙ୍କ ସ୍ଥାନରେ ମଧ୍ୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ସ୍ଥାନ ପୂରଣ କରିବା ପାଇଁ ଧୋନୀ ଜଣେ ଭାରତୀୟ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହିଁବେ । ତେବେ ମଧ୍ୟକ୍ରମରେ ଦଳକୁ ମଜବୁତ ବ୍ୟାଟିଂ କରି ପାରୁଥିବା ଖେଳାଳିଙ୍କୁ ଦଳରେ ସାମିଲ କରିବ ଚେନ୍ନାଇ ସୁପର କିଙ୍ଗସ । ତେଣୁ ଏହି ତାଲିକାରେ ମନୀଷ ପାଣ୍ଡେ ଏବଂ କରୁଣ ନାୟାରଙ୍କ ଖୁବ ଶୀର୍ଷରେ ରହିଛି । ରାୟୁଡୁଙ୍କ ବିକଳ୍ପ ଭାବେ ଏହି ୨ ଖେଳାଳିଙ୍କ ମଧ୍ୟରୁ ଜଣକୁ ସାମିଲ କରିପାରେ ଚେନ୍ନାଇ ସୁପର କିଙ୍ଗସ ।

Get real time updates directly on you device, subscribe now.