fbpx

କପିଲ ଦେବଙ୍କ ଉପରେ ବଡ ଖବର: ମେଡିକାଲରୁ ଆସିଲା ତାଜା ଅପଡେଟ

ନୂଆଦିଲ୍ଲୀ,୨୩ ।୧୦: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହାରେ ଭାରତକୁ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତାଇଥିବା କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ବର୍ତ୍ତମାନ ସମୟରେ କପିଲ ଦେବଙ୍କ ବିଷୟରେ ମେଡିକାଲରୁ ତାଜା ଅପଡେଟ ଆସିଛି । ମିଡିଆ ରିପୋର୍ଟ ମୁତାବକ, ‘ବର୍ତ୍ତମାନ କପିଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏବଂ ତାଙ୍କୁ କିଛି ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ କରାଯିବ ।’

Get real time updates directly on you device, subscribe now.