fbpx

ଘରୋଇ କ୍ଷେତ୍ରରେ କର୍ମଚାରୀ ଛଟେଇ ମଧ୍ୟରେ ରୋଜଗାରକୁ ନେଇ ବଡ଼ ଖବର, ୨ ଲକ୍ଷରୁ ଅଧିକ ନିଯୁକ୍ତି ଦେବେ ଆଇଟି କମ୍ପାନୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ଆସନ୍ନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଅନେକ କମ୍ପାନୀ ହଜାର ହଜାର କର୍ମଚାରୀ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଇନଫୋସିସ୍ ସହ-ସମ୍ପାଦକ କ୍ରୀଶ୍ ଗୋପାଳକୃଷ୍ଣନ୍ ବୁଧବାର କହିଛନ୍ତି ଯେ, ଆଗାମୀ ଦିନରେ ଆଇଟି କ୍ଷେତ୍ରରେ ଦୁଇ ଲକ୍ଷ ଲୋକେ ନିଯୁକ୍ତି ପାଇବେ। ସେ ଏହା ମଧ୍ୟ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ଅଇଟି ସେକ୍ଟରକୁ ନେଇ ସେ ଖୁବ୍ ଆଶାବାଦୀ ଅଛନ୍ତି

କରୋନା ସମୟରେ ଡିଜିଟାଲାଇଜେସନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଏହି କାରଣରୁ ବ୍ୟାପାର ବାଣିଜ୍ୟ ତରିକାରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହି କାରଣରୁ ଅନେକ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଛି। ଭାରତରେ ଅନେକ ଯୁବ ପ୍ରତିଭା ଥିବା ସମୟରେ କରୋନା ସମୟରେ ଭାରତର ଆଇଟି କ୍ଷେତ୍ର ଉପରେ ବିଶ୍ୱର ଭରଷା ମଧ୍ୟ ବୃଦ୍ଧି ପାଇଛି।

ବର୍ତ୍ତମାନ ଆଇଟି ସେକ୍ଟର ଅନେକ ସମସ୍ୟା ଦେଇ ଗତି କରୁଛି। ଯେଉଁଥିରେ କର୍ମଚାରୀ ଛଟେଇ, ମୁନଲାଇଟିଂ ଏବଂ କର୍ମଚାରୀଙ୍କ କାର୍ଯ୍ୟାଳୟ ଫେରିବା ସାମିଲ ରହିଛି। ତେବେ ଗୋପାଳକୃଷ୍ଣ କହିଛନ୍ତି ଯେ, ଏହା ପରେ ମଧ୍ୟ ଆଇଟିନ କ୍ଷେତ୍ରରେ ବିକାଶ ଜାରି ରହିବ ଏବଂ ନିକଟ ଅବବିଷ୍ୟତରେ ପ୍ରାୟ ୨ ଲକ୍ଷ କର୍ମଚାରୀ ନିଯୁକ୍ତ ହୋଇପାରନ୍ତି।

ଏହା ସହିତ ମୁନଲାଇଟିଂକୁ ନେଇ ସେ କହିଥିଲେ ଯେ, କମ୍ପାନୀର ଡେଟା ସୁରକ୍ଷା ଏବଂ ଏହାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ବାହାର କରିବାକୁ ପଡ଼ିବ। ବର୍ତ୍ତମାନର ସମୟ ଆଇଟି ସେକ୍ଟର ପାଇଁ ଅତି ରୋମାଞ୍ଚକର ଅଟେ । ଆଗାମୀ ୨୫ ବର୍ଷ ଗତ ୨୫ ବର୍ଷଠାରୁ ମଧୟ ଆହୁରି ଭଲ ହେବାକୁ ଯାଉଥିବା ସେ କହିଛନ୍ତି ।

Get real time updates directly on you device, subscribe now.