fbpx
BSKY
BJD MC SKY
BJD YOUTH SKY

OPSC ପକ୍ଷରୁ ଆସିଲା ବଡ଼ ନିଯୁକ୍ତି: ତିନି ପ୍ରକାର ପଦରେ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହୋମିଓପାଥିକ ମେଡିକାଲ ଅଫିସର ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯିବ । ଚଳିତ ମାସ ୧୬ ତାରିଖରୁ ଜୁନ ମାସ ୧୬ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୨୧-୩୮ ବର୍ଷ ବଧ୍ୟରେ ରହିଥିବା ଆବଶ୍ୟକ ।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ରୁ-ବି ରାଙ୍କରେ ଅଧ୍ୟାପକ ପଦ ପାଇଁ ବିଜ୍ଞାପନ ମଧ୍ୟ ବାହାରିଛି । ଏଥିପାଇଁ ପ୍ରାର୍ଥୀଙ୍କୁ ମେ ମାସ ୧୦ ତାରିଖରୁ ଜୁନ୍ ମାସ ୯ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ୨୧-୪୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ସରକାରୀ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ଡିଗ୍ରୀ/ ପିଜି ପାସ୍ କରିଥିବା ଆବଶ୍ୟକ ।

ଏହାଛଡ଼ା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ରୁ-ବି ରାଙ୍କରେ ଆୟୁର୍ବେଦିକ ମେଡିକାଲ ଅଫିସର ପଦ ପାଇଁ ମଧ୍ୟ ବିଜ୍ଞାପନ ବାହାରିଛି । ମେ ମାସ ୯ ତାରିଖରୁ ଜୁନ୍ ମାସ ୮ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଚଳିତ ବର୍ଷ ଜାନୁଅରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧-୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଆୟୁର୍ବେଦିକ ମେଡିସିନ ଆଣ୍ଡ ସର୍ଜରୀରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏହି ତିନି ପ୍ରକାରର ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ଓପିଏସସିର ନିମ୍ନୋକ୍ତ ଅଫିସିଆଲ ୱେବସାଇଟ ପରିଦର୍ଶନ କରିପାରିବେ ।

ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.