fbpx
BSKY
BJD SHG SKY
BJD MC SKY

ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ମିଳିଥିବା ଧମକ ମାମଲାରେ ବଡ ଖୁଲାସା, କ୍ରାଇମ୍ ବ୍ରାଞ୍ଚ କହିଲା ପାକିସ୍ତାନର ହାତ ରହିଛି

ଅହମ୍ମଦାବାଦ: ଅହମ୍ମଦାବାଦର ୧୦ଟି ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିବା ମାମଲାରେ ଏକ ବଡ ଖୁଲାସା ହୋଇଛି । କ୍ରାଇମ୍ ବ୍ରାଞ୍ଚ ଏହି ମାମଲାର ପର୍ଦ୍ଦାଫାଶ କରିଛି ଓ ଏଥିରେ ପାକିସ୍ତାନର ହାତ ଥିବା ଜଣାପଡିଛି । କ୍ରାଇମ୍ ବ୍ରାଞ୍ଚର ଯାଞ୍ଚରେ ଏହା ଖୁଲାସା ହୋଇଛି କି ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ଯେଉଁ ମେଲ୍ ଆସିଥିଲା ତାହା ପାକିସ୍ତାନରୁ ଆସିଥିଲା । ଯେଉଁଠାରୁ ମେଲ୍ ଆସିଥିଲା କ୍ରାଇମ୍ ବ୍ରାଞ୍ଚ ସେହି ଆଇଡି ବିଷୟରେ ସନ୍ଧାନ ପାଇଛି । କିନ୍ତୁ ଏଥିପାଇଁ ଏକ ରୁଷ ଡୋମେନର ବ୍ୟବହାର କରାଯାଇଥିଲା ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ କିଛିଦିନ ତଳେ ଅହମ୍ମଦାବାଦରେ ଆତଙ୍କ ଖେଳିଯାଇଥିଲା ଯେତେବେଳେ ସହରର ୧୦ଟି ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ଧମକଭରା ମେଲ୍ ଆସିଥିଲା । ଏହାପରେ ପୋଲିସ ତତ୍ପର ହୋଇ ଉଠିଥିଲା । ପୋଲିସ ସମସ୍ତ ସ୍କୁଲରେ ତଲାସ କରିବା ପରେ କୌଣସି ବମ୍‌ର ସନ୍ଧାନ ମିଳି ନ ଥିଲା ଓ ଏହାକୁ ମିଛ ମେଲ୍ ବୋଲି କହିଥିଲା ।

ଏହି ଏକା ପାର୍ଟନରେ ଦିଲ୍ଲୀରେ ଥିବା ସ୍କୁଲକୁ ବି ଧମକ ମିଳିଥିଲା । ଦିଲ୍ଲୀରେ ୧୦୦ରୁ ଅଧିକ ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଥିଲା । ଏହା ମଧ୍ୟ ପରବର୍ତ୍ତୀ ସମୟରେ ମିଛ ସାବ୍ୟସ୍ତ ହୋଇଥିଲା । ତେବେ ଏହାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ଏଫଆଇଆର୍ ବି ଦାଖଲ କରାଯାଇଥିଲା । ପୋଲିସ କହିଥିଲା କେବଳ ଆତଙ୍କ ସୃଷ୍ଟି କରିବାକୁ ଓ ଶାନ୍ତି ବ୍ୟାହତ କରିବାକୁ କେହି ଏପରି କରିଥିଲା ।

Get real time updates directly on you device, subscribe now.