fbpx

ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ୍; ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଜଟଣି ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ । ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା କମିଶନରେଟ ପୋଲିସ । ଲଙ୍କାଗୁଣ୍ଡ ବଦଳରେ ଡକାୟତଙ୍କ ହାତରେ ଥିଲା ବୋମା । ବୋମା ପକାଇ ଲୁଟ ତରାଜ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ଗୋଡେଇ ଗୋଡେଇ ୫ ଜଣଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ୫ ଟି ଅଫୁଟା ବୋମା , ସ୍କରପିଓ କାରର, ୩ ଟି ବାଇକ ସହିତ ଖଣ୍ଡା ଭୁଜାଲି ଲୁହା ରଡ଼ ଜବତ କରାଯାଇଥିଲା ।

ଟାର୍ଗେଟରେ ଥିଲା ଦାମୀ କାର, ବଡ ଜୁଏଲାରୀ ସପ, ଓ ବଡ ବଡ ବ୍ୟବସାୟ ସନ୍ଥା । ବେଣାପଞ୍ଜରି ପାଣିଟାଙ୍କି ନିକଟ ଏକ ଅନ୍ଧାରିଆ ସ୍ଥାନରେ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଖବର ପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଂଚି ଏମାନଙ୍କୁ ଧରିଥିଲା । ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଚି ।

Get real time updates directly on you device, subscribe now.