fbpx

WTC ଫାଇନାଲ ମ୍ୟାଚ୍ ପୁର୍ବରୁ ଭାରତକୁ ବଡ଼ ଝଟକା: ଆହତ ହେଲେ ରୋହିତ ଶର୍ମା

Advertisement

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ପୁର୍ବରୁ ଭାରତୀୟ ଟିମ୍ ପାଇଁ ଆସିଛି ଖରାପ ଖବର। ନେଟ୍‌ରେ ଅଭ୍ୟାସ ସମୟରେ ରୋହିତ ଶର୍ମାଙ୍କୁ ବାମ ହାତ ବୁଢା ଆଙ୍ଗୁଳିରେ ଆଘାତ ଲାଗିଛି। ଗୋଟିଏ ଦିନ ପରେ ମ୍ୟାଚ୍ ଥିବା ବେଳେ ଏହି ଖବର ଭାରତୀୟ ଟିମ୍ ପାଇଁ ଚିନ୍ତାର କାରଣ ହୋଇପାରେ। ବୁଧବାର ଅଷ୍ଟ୍ରେଲିଆକୁ ଭେଟିବାକୁ ପ୍ରସ୍ତୁତି କରୁଥିବା ସମୟରେ ଏହି ଘଟଣା ଘଟିଛି। ଏହାପରେ ରୋହିତ ଶର୍ମା ତୁରନ୍ତ ଅଭ୍ୟାସ ଛାଡ଼ି ସତର୍କତା ମୂଳକ ଭାବେ ହୋଟେଲ ଫେରିଯାଇଥିଲେ।

ମଙ୍ଗଳବାର ଏହି ନେଟ୍ ଅଭ୍ୟାସ ଅପସନାଲ ଥିଲା । ଯେତେବେଳେ ରୋହିତଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା । ତେବେ ଏହି ଆଘାତ ସାମାନ୍ୟ ବୋଲି କୁହାଯାଉଛି । ଏହାପୁର୍ବରୁ ରୋହିତ ମ୍ୟାଚ୍ ପୁର୍ବ ପ୍ରେସ୍ କନଫରେନ୍ସ ମଧ୍ୟ କରିଥିଲେ ।

ଅଧିନାୟକ ଭାବେ ରୋହିତଙ୍କ ଖେଳ ଜୀବନର ଏହା ସବୁଠୁ ବଡ଼ ମ୍ୟାଚ୍ । ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଥିଲା । ଏହାପରେ ରୋହିତ ଟେଷ୍ଟ୍‌ରେ ଭାରତ ପାଇଁ ୬ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି । ଏ ସମସ୍ତ ମ୍ୟାଚ୍ ଭାରତରେ ଖେଳାଯାଇଥିଲା । ତେବେ ଗତବର୍ଷ ଇଲଂଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍‌ରେ ସେ ଭାରତର ନେତୃତ୍ୱ ନେଇଥାନ୍ତେ କିନ୍ତୁ କରୋନାରେ ସଂକ୍ରମଣ ହେବା କାରଣରୁ ସେ ଏହି ମ୍ୟାଚ୍ ମଧ୍ୟ ଖେଳି ପାରି ନଥିଲେ । ଏହାପରେ ଆଙ୍ଗୁଳିରେ ଆଘତ ପାଇଁ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ମଧ୍ୟ ସେ ଖେଳି ପାରି ନଥିଲେ ।

Get real time updates directly on you device, subscribe now.