fbpx

ବିରାଟ କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଅପଡେଟ: ତା’ ସହ ମିଳିଲା ଖୁସି ଖବର

AAKASH

ନୂଆଦିଲ୍ଲୀ: ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଅତିଥି ଦଳ ଉପରେ ଦବଦବା ଜାରି ରଖିଛି । ତେବେ ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳକୁ ୧ ସପ୍ତାହର ବ୍ରେକ ମିଳିପାରିବ । ଏଥିପାଇଁ ଖୁବଶୀଘ୍ର ଦଳ ଘୋଷଣା ମଧ୍ୟ ହୋଇପାରେ । ତେବେ ଏହାପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖରାପ ଖବର ସାମନାକୁ ଆସିଛି । ଇଂଲଣ୍ଡ ବିପକ୍ଷ ବାକି ମ୍ୟାଚ ପାଇଁ ମଧ୍ୟ ବିରାଟ କୋହଲି ଉପଲବ୍ଧ ହୋଇ ନ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେଣୁ କୋହଲିଙ୍କ ସହ ବିସିସିଆଇର ଅଧିକାରୀମାନେ ଆଲୋଚନା କରିପାରନ୍ତି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଥିଲେ । ତେବେ କୋହଲି ବର୍ତ୍ତମାନ ଭାରତ ବାହାରେ ରହିଥିବା ବେଳେ ଏବେ ଦଳରେ ତାଙ୍କ କମବ୍ୟାକକୁ ନେଇ ଆଶଙ୍କା ଦେଖାଦେଇଛି । ତେଣୁ ବିରାଟଙ୍କ ଆଗାମୀ ଯୋଜନାକୁ ନେଇ ବିସିସିଆଇ ଅଧ୍ୟକ୍ଷ ଅଜିତ ଅଗରକର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତାଙ୍କ ସହ ଆଲୋଚନା କରିପାରନ୍ତି । ଫଳରେ ସିରିଜର ଶେଷ ୩ଟି ମ୍ୟାଚ ପାଇଁ ବିରାଟ ଉପଲବ୍ଧ ରହିପାରିବେ କି ନାହିଁ, ତାହା ଉପରେ ସ୍ପଷ୍ଟ ସୂଚନା ମିଳିପାରିବ ।

ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ପରିବାର ସବୁଠୁ ଆଗରେ ରହିଥାଏ, ତେଣୁ ବିରାଟ ଯେବେ ଖେଳିପାରିବେ ବୋଲି ଅନୁଭବ କରିବେ ସେ ଦଳକୁ ଫେରିବେ । ତେବେ ଟେଷ୍ଟରୁ ବାଦ୍ ପଡ଼ିବା ନେଇ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇଥିବା ବେଳେ ସେ ପୁଣିଥରେ ପିତା ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଆରସିବିର ପୂର୍ବତନ କ୍ରିକେଟର ତଥା ବିରାଟଙ୍କ ସାଥୀ ଏବି ଡିଭିଲିୟର୍ସ କୋହଲିଙ୍କ ଦ୍ୱିତୀୟ ସନ୍ତାନ ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

ଟିମ ଇଣ୍ଡିଆକୁ ମିଳିଲା ବଡ଼ ଖୁସି ଖବର

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ଦଳକୁ ଏଣ୍ଟ୍ରି କରିପାରନ୍ତି ଷ୍ଟାର କ୍ରିକେଟର କେ.ଏଲ ରାହୁଲ । ଫେବୃଆରୀ ୧୪ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପୂର୍ବରୁ ରାହୁଲ ସୁସ୍ଥ ହୋଇ ଦଳକୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଏ ନେଇ ଦଳ ଘୋଷଣା ହେବା ପରେ ସ୍ପଷ୍ଟ ଜଣାପଡ଼ିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶେଷ ହେବା ପରେ ଭାରତୀୟ ଦଳ ଶେଷ ୩ଟି ମ୍ୟାଚ ପାଇଁ ଦଳ ଘୋଷଣା କରିବ । ତେବେ ରାହୁଲଙ୍କ କମବ୍ୟାକ ଗିଲ ଏବଂ ଶ୍ରେୟସଙ୍କ ପାଇଁ ବିପଦ ହୋଇପାରେ । ଦଳରେ ସ୍ଥାନ ପାଇବାକୁ ହେଲେ ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟରଙ୍କୁ ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରିବାକୁ ପଡ଼ିବ ।

Get real time updates directly on you device, subscribe now.