(Video) ଭାଇରାଲ ହେଉଛି ‘ବିହାରର Eiffel Tower’! ୫ ଫୁଟ ଜାଗାରେ ନିର୍ମାଣ ହୋଇଛି ୬ ମହଲା ବିଲଡିଂ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ କିଛି ଲୋକ କିଛି ନିଆରା କାମ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଥାନ୍ତି । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ‘ବିହାରର ‘ଇଫେଲ ଟାୱାର’ ନାମରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଫ୍ରାନ୍ସର ରାଜଧାନୀରେ ପ୍ୟାରିସରେ ନିର୍ମିତ ହୋଇଥିବା ବିଶ୍ୱପ୍ରସିଦ୍ଧ ଇଫେଲ ଟାୱାରକୁ ବିହାରର ଏକ ବିଲଡିଂ ସହିତ ଯୋଡ଼ା ଯାଇଛି । ଏହା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି ।

ପ୍ରକୃତ କଥା ହେଉଛି, ବିହାରର ଜଣେ ବ୍ୟକ୍ତି ମାତ୍ର ୫ ଫୁଟ ଜାଗାରେ ୬ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ କରିଛନ୍ତି । ସହରସାର ଜଣେ ବାସିନ୍ଦା ଏହି ନିଆରା କାମ ପାଇଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ୫ ଫୁଟ ଓସାର ଓ ୮୦ ଫୁଟ ଲମ୍ବ ସ୍ଥାନରେ ଏହି କୋଠା ନିର୍ମାଣ କରାଯାଇଛି । ତେବେ ଏହି କୋଠା ଏବେ ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ସେ ବ୍ୟବସାୟ ଉଦ୍ଦେଶ୍ୟରେ ତାହାକୁ ନିର୍ମାଣ କରିଥିବା କୁହାଯାଉଛି । ଉକ୍ତ କୋଠାରେ ବ୍ୟବସାୟୀ ଜଣଙ୍କ ଏକ କପଡ଼ା ଶୋ’ରୁମ୍ ଖୋଲିଛନ୍ତି । ଏକ ନିଆରା ଢଙ୍ଗରେ ଏହି କୋଠାଟି ନିର୍ମାଣ ହୋଇଥିବାରୁ ତାହାକୁ ଲୋକମାନେ ‘Eiffel Tower’ ନାମରେ ଲୋକମାନେ ସମ୍ବୋଧନ କରୁଛନ୍ତି । କୋଠାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିବା ସହ ସେଲଫି ମଧ୍ୟ ନେଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଅଟ୍ଟାଳିକା ନିର୍ମାଣ ପାଇଁ ବ୍ୟବସାୟୀ ଜଣଙ୍କ କୌଣସି ଯନ୍ତ୍ରୀଙ୍କ ସହାୟତା ନେଇନାହାନ୍ତି । କରୋନା ସମୟରେ ଏହି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ତାହା ସମାପ୍ତ ହୋଇଥିଲା ।

 

View this post on Instagram

 

A post shared by Jay (@candymanvlog)