fbpx

ଡେଟରେ ଯିବା ପାଇଁ ମହିଳା କର୍ମଚାରୀଙ୍କ ପାଖକୁ ମେଲ୍ ପଠାଉଥିଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନେଇ ଏକ ନୂଆ ଖୁଲାସା ହୋଇଛି । ବିଲ ନିଜର କମ୍ପାନୀରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଡେଟରେ ଯିବା ପାଇଁ ମେଲ୍ ପଠାଉଥିବା ଜଣାପଡ଼ିଛି । ତେବେ ଏହି ଘଟଣା ଗତ ୨୦୦୮ ମସିହାରେ ଘଟିଥିଲା ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ବିଲଙ୍କୁ ଏନେଇ ଚେତାବନୀ ଦେଇଥିବା ନେଇ ନିକଟରେ ମାଇକ୍ରୋସଫ୍ଟର ମୁଖପାତ୍ର ସୂଚନା ଦେଇଛନ୍ତି ।

ମୁଖପାତ୍ର ଜଣଙ୍କ କହିଛନ୍ତି ଯେ, ବିଲଙ୍କୁ ଏହି ହରକତରୁ ଦୂରେଇ ରହିବା ପାଇଁ ଚେତାବନୀ ଦିଆଯିବା ସହ ପରାମର୍ଶ ଦିଆଯାଇଥିଲା । ତେବେ ଏହି ଘଟଣାଟି ଘଟିବା ସମୟରେ ବିଲ କମ୍ପାନୀର ପୂର୍ଣ୍ଣକାଳୀନ କର୍ମଚାରୀ ସହିତ ଚେୟାରମ୍ୟାନ ଥିଲେ । ବିଲ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇମେଲ ପଠାଇ କମ୍ପାନୀ ବାହାରେ ସାକ୍ଷାତ କରିବାକୁ ଅଫର ଦେଇଥିଲେ । ତେବେ ଏହି ମାମଲାରେ ବିଲଙ୍କ ବିରୋଧରେ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଳା । ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ବିଲ ତାଙ୍କର ଧର୍ମପନ୍ଥୀ ମେଲିନ୍ଦାଙ୍କ ଠାରୁ ୨୭ ବର୍ଷ ପରେ ଅଲଗା ହୋଇଥିଲେ ।

Get real time updates directly on you device, subscribe now.