fbpx

ମଣିଷକୁ ଘାରୁଛି Bird Flu Virus: ନୂଆ ମାମଲା ରେକର୍ଡ, ଜାଣନ୍ତୁ କିପରି ନିଜକୁ ଦେବେ ସୁରକ୍ଷା

Advertisement

ନୂଆଦିଲ୍ଲୀ: ଭାରତରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ଆମେରିକା ଏବଂ କାନାଡ଼ା ପରେ ଭାରତରେ ମଧ୍ୟ ଏହି ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇ ଦେଇଛି । ବର୍ତ୍ତମାନ ବାର୍ଡ ଫ୍ଲୁ’ର ଆଉ ଏକ ନୂଆ ମାମଲା ରେକର୍ଡ କରାଯାଇଛି । ସାଧାରଣତଃ ପକ୍ଷୀଙ୍କୁ ସଂକ୍ରମିତ କରୁଥିବା ଏହି ଭାଇରସ ମଣିଷ ଦେହରେ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ମଧ୍ୟ ଏହା ଚିନ୍ତାଜନକ ବିଷୟ ପାଲଟିଛି । ତେବେ ସାରା ବିଶ୍ୱରେ ବାର୍ଡ ଫ୍ଲୁ ମାମଲା ବୃଦ୍ଧି ଏକ ନୂଆ ମହାମାରୀର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

କିଛି ଦିନ ତଳେ ମେକ୍ସିକୋରେ ବାର୍ଡ ଫ୍ଲୁ’ରେ ସଂକ୍ରମିତ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ବାର୍ଡ ଫ୍ଲ’ କୁ ନେଇ ଆଲର୍ଟ ଜାରି କରିଥିଲା । ତେବେ ଏହାର କିଛି ଦିନ ପରେ ଏବେ ପଶ୍ଚିମବଙ୍ଗର ଏକ ୪ ବର୍ଷର ଶିଶୁ ଦେହରେ H5N1 ଭାଇରସ ଚିହ୍ନଟ ହୋଇଛି । ଯାହା ବର୍ତ୍ତମାନ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମଣିଷକୁ ଏହି ଭାଇରସ ସହଜରେ ସଂକ୍ରମଣ କରିପାରେ ନାହିଁ ଏବଂ ଏହାର ସଂକ୍ରମଣ ସଂଖ୍ୟା ମଧ୍ୟ ବହୁତ କମ୍ । ଭାରତରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଟି ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମନାକୁ ଆସିଛି । ୨୦୧୯ ମସିହାରେ ଏହାର ପ୍ରଥମ କେସ୍ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ମାମଲା ରେକର୍ଡ କରାଯାଇଛି । ପଶୁପକ୍ଷୀଙ୍କ ଦେହରେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏହା ଏବେ ମଣିଷଙ୍କୁ ମଧ୍ୟ ଆକ୍ରାନ୍ତ କରିବା ଆରମ୍ଭ ହୋଇଛି । ଏହା ଆଗାମୀ ଭବିଷ୍ୟତରେ ଏକ ମହାମାରୀ ରୂପ ନେଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

କିପରି ନିଜକୁ ଦୂରେଇ ରଖିବେ?

ରାଜସ୍ଥାନ ପଶୁ ଚିକିତ୍ସା ଏବଂ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡା. ଏନ.ଆର ରାୱତ କହିଛନ୍ତି ଯେ, ପୋଲଟ୍ରି ଫାର୍ମରେ କାମ କରୁଥିବା ଲୋକମାନଙ୍କୁ ଏହି ଭାଇରସରେ ସଂକ୍ରମଣର ଆଶଙ୍କା ବେଶ୍ ଅଧିକ ରହିଛି । ଭାଇରସରେ ସଂକ୍ରମିତ ପକ୍ଷୀର ମଳ ବା ମୂତ୍ର ସମ୍ପର୍କରେ ଆସିଲେ ଏହି ଭାଇରସ ମଣିଷ ଦେହରେ ମଧ୍ୟ ବ୍ୟାପିପାରେ । ତେବେ ଏଥିରେ ଭାଇରସ ଜଣକ ଦେହରୁ ଅନ୍ୟ ଜଣକୁ ସଂକ୍ରମିତ ହେବାର ପ୍ରକ୍ରିୟା ଖୁବ କଷ୍ଟକର ହୋଇଥାଏ । କିନ୍ତୁ ଏହି ଭାଇରସରୁ ଆଲର୍ଟ ରହିବା ନିତ୍ୟାନ୍ତ ଆବଶ୍ୟକ । କାରଣ ବାର୍ଡ ଫ୍ଲ’ରେ ମୃତ୍ୟୁସଂଖ୍ୟା କରୋନା ତଥା ଅନ୍ୟାନ୍ୟ ଭାଇରସ ଅପେକ୍ଷା ଖୁବ ଅଧିକ ହୋଇଥାଏ । ଏହି ଭାଇରସରୁ ମଣିଷକୁ ରକ୍ଷା ପାଇବା ପାଇଁ କୌଣସି ଚିକିତ୍ସା ମଧ୍ୟ ନାହିଁ । ତେଣୁ ଏହା ଖୁବ ବିପଦଜନକ ହୋଇପାରେ ବୋଲି ଆଶଙ୍କା ରହିଛି ।

Get real time updates directly on you device, subscribe now.