fbpx
BJD
BJD SKY
BJD SKY

୭୬ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡିଶା ଭାସ୍କର): ଶନିବାର ଅର୍ଥାତ ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମଗ୍ରହଣ କରିଥିବା ନବୀନ ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି । ହେଲେ କରୋନା ସଂକ୍ରମଣ ଜାରି ରହିଥିବାରୁ ସେ ଜନ୍ମଦିନ ପାଳନ କରିବେ ନାହିଁ । ପୂର୍ବବର୍ଷ ବିଜେଡି ଦଳର ସଦସ୍ୟ ମାନେ ଖୁବ ଧୂମଧାମର ସହ ମୁଖ୍ୟମନ୍ତ୍ରୀ କରିଥିଲେ ।

ତେବେ ଚଳିତ ବର୍ଷ ଜନ୍ମଦିନ ପାଳନ କରିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ । କୋଭିଡ ଯୋଗୁଁ ଗତ ଦେଢ ବର୍ଷ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି ।

ଗତ ବର୍ଷ ଏହି ସମୟରେ ନବୀନ ନିବାସରେ ହଜାର ହଜାର ସମର୍ଥକଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି ନବୀନ । କେତେବେଳେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ତ ପୁଣି କେବେ କରୋନା ମହାମାରୀ ପାଇଁ ଜନ୍ମଦିନ ପାଳୁନାହାନ୍ତି ନବୀନ । ଚଳିତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ।

Get real time updates directly on you device, subscribe now.