fbpx

ବିଜେଡି ଭୁବନେଶ୍ୱର ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ

ଭୁବନେଶ୍ୱର,୨୩ ।୮(ଓଡିଶା ଭାସ୍କର): ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେଡି ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପ୍ରସ୍ତାବ ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରବିବାର ବିଜେଡି ଦଳର ଭୁବନେଶ୍ୱର ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ଉପଦେଷ୍ଟା ଭାବେ ସନ୍ତୋଷ ମହାନ୍ତି, ପ୍ରକାଶ ବସ୍ତିଆ, ମିହିର ମହାନ୍ତି, ସମରେନ୍ଦ୍ର ସାହୁ ପ୍ରଦୀପ୍ତ ମିଶ୍ର, ଶିବା ଛୋଟରାୟ, ଅନୁପ ଖୁଣ୍ଟିଆ, ପବିତ୍ର ସ୍ୱାଇଁ, ଦିଲ୍ଲୀପ ଦାସଶର୍ମା, ବ୍ରଜକିଶୋର ସ୍ୱାଇଁ, ଅଜୟ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ଦଳ ପକ୍ଷରୁ ଉପଦେଷ୍ଟା ଭାବେ ପ୍ରତାପ ଜେନା, ଦୀପକ ମହାପାତ୍ର, ନିରୂପମା ଦାସ, ଅଶୋକ କୁମାର ବିଶୋୟୀ, ମନୋରଞ୍ଜନ ମହାନ୍ତି, ଅବନୀ ପାଟଶାଣୀ, ଗୟାଧର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ଉପଦେଷ୍ଟା ଭାବେ ଜଗନ୍ନାଥ ମହାପାତ୍ର, ଶ୍ରୀଧର ଜେନା, ଏସ.କେ.ନିଜାମୁଦ୍ଦିନ, ରାଜେନ୍ଦ୍ର ଆଚାର୍ଯ୍ୟ, ସୁଦାମ ସ୍ୱାଇଁ, ବୁଦ୍ଧିରାମ ସାହୁ, ରାମନାଥ ସାମନ୍ତରାୟ, ଏସ.କେ.ନୱାଜ, ରେହେମାନଙ୍କୁ ନିଯୁକ୍ତି ମିଳିଛି । ସେହିପରି ଏକାମ୍ର ନିର୍ବାଚନମଣ୍ଡଳୀର ଉପସଭାପତି ଭାବେ କେ.ଶାନ୍ତି, ନୃପେଶ ନାୟକ, ହୃଦୟବଲ୍ଲଭ ସାମନ୍ତରାୟ, ଦିଲ୍ଲୀପ ମାଝୀ, ସୁଭାଷ ସୁନ୍ଦରାୟ, ଜିତେନ୍ଦ୍ର ନନ୍ଦ, ଚନ୍ଦ୍ରଶେଖର ମଲିଆଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ଉପସଭାପତି ଭାବେ ପୂର୍ଣ୍ଣ ଜେନା, ସସ୍ମିତା ନନ୍ଦ, ଭୁବନ ମହାନ୍ତି, ନରେନ୍ ସାହୁ, କିଶୋର ମହାନ୍ତି, ଦୁର୍ଗା ସାମନ୍ତରାୟ, ମୁଶାରଫ ଖାନ୍‌, ନବ ବେହେରା, ଉପେନ୍ଦ୍ର ମହାନ୍ତି ଓ ସନ୍ତୋଷ କୁମାର ନାଥଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ସଞ୍ଜୟ କୁମାର ସେଠୀ, ସଞ୍ଜୟ କୁମାର ବଳିୟାର ସିଂ, ଆଦିକନ୍ଦ ରାଉତ, ମିହିର ରାଉତ, ରମେଶ ସାହୁ, ନିର୍ମଳ ରାଉତ ଓ ପ୍ରୀତିନନ୍ଦା ରାଉତରାୟଙ୍କୁ ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଅଖିଳ ମହାପାତ୍ରଙ୍କୁ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ସାଧାରଣ ସଂପାଦକ ଭାବେ ଛବି ଦାସ, ଶ୍ରୀଧର ବେହେରା, ପୁଷ୍ପା ଦାସ, ପ୍ରମୋଦ ମହାପାତ୍ର, ମୁଜାହିଦ ହୁସେନ, ଆଲୋକ ସାହୁଙ୍କୁ ନିଯୁକ୍ତି ମିଳିଥିବାବେଳେ ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ମଞ୍ଜୁଲତା ପ୍ରଧାନ, ପ୍ରଣବ ସ୍ୱାଇଁ, କୁମାରେନ୍ଦ୍ର ମହାପାତ୍ର, ନିଖିଳ ବଳବନ୍ତରାୟ, ଭାନୁପ୍ରିୟା ଦାସ, ଚିନ୍ମୟ ମହାପାତ୍ର, ମନୋରଞ୍ଜନ ମହାନ୍ତି, ଶକ୍ତିପ୍ରସାଦ ପତି ଓ ଲୋରା ମହାପାତ୍ର ଏବଂ ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ପ୍ରେମାନନ୍ଦ ଜେନା, ସ୍ୱର୍ଣ୍ଣପ୍ରଭା ରାୟ, ମନୋଜ କୁମାର ସାହୁ, ପ୍ରଣତି ନାୟକ, ପ୍ରସନ୍ନ ସାହୁ, ତ୍ରିଲୋକନାଥ ରାଉତ, ନିର୍ମଳ ରାଉତ ଓ ବିଜେନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୭୯ଜଣଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେଡି ସଂପାଦକ ଦାୟିତ୍ୱ ଦିଆଯାଇଛି ।

 

 

 

 

Get real time updates directly on you device, subscribe now.