fbpx
BJD SKY
BJD SKY

ପୌର ନିର୍ବାଚନରେ BJD, BJP ଓ Congressର ଟିକେଟ ବାଣ୍ଟୁଛନ୍ତି ଏଇ ତିନି ନେତା, ଜାଣନ୍ତୁ କାହା ହାତରେ କେଉଁ ଦଳ ଦାୟିତ୍ୱ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମୋଟ ୧୦୬ଟି ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ଏଭଳି ସ୍ଥିତିରେ ତିନି ଦଳ ଏବେ ଜୋରସୋରରେ ରଣନୀତି ଆରମ୍ଭ କରିଦେଇଛନ୍ତି । କାହାକୁ ଟିକେଟ ମିଳିବ, କିଏ ବାଦ୍ ପଡ଼ିବ ସେନେଇ ଆଶାୟୀଙ୍କ ମଧ୍ୟରେ ପଶିଯାଇଛି ଛନକା । ତେବେ ଶେଷ ମୁହୂର୍ତ୍ତରେ ଯେପରି କୌଣସି ସମସ୍ୟା ନ ଉପୁଜିବ, ସେଥିପାଇଁ ଅନେକ ନେତା ପୂର୍ବରୁ ପ୍ରାର୍ଥୀପତ୍ର କିଣି ନିଜ ପାଖରେ ରଖୁଛନ୍ତି ।

ବିଜେପି ଓ କଂଗେସ ପକ୍ଷରୁ କିଛି ସ୍ଥାନରେ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ଟିକେଟ ଦିଆ ସରିଲାଣି । ମାତ୍ର ବିଜେଡିରେ ଏକାଧିକ ଆଶାୟୀ ଥିବାରୁ ଏପର୍ଯ୍ୟନ୍ତ କାହାକୁ ଟିକେଟ ଦିଆଯାଇନି । ଜଣକୁ ଟିକେଟ ଦେଲେ ଅନ୍ୟ ଆଶାୟୀମାନେ ଅସନ୍ତୁଷ୍ଟ ହେବେ ଫଳରେ କନ୍ଦଳ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଭାବିଚିନ୍ତି ବିଜେଡି ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ତେବେ ଜଣାପଡ଼ିଛି ଯେ, ବିଜେଡି ପ୍ରାର୍ଥୀମାନେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ ପାଇବେ । ବିଜେପି ପକ୍ଷରୁ ଚଳିତ ପୌର ନିର୍ବାଚନରେ ଟିକେଟ ବଣ୍ଟନ ଦାୟିତ୍ୱ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କୁ ଦିଆଯାଇଛି । ଶ୍ରୀ ମହାପାତ୍ରଙ୍କ ଦସ୍ତଖତରେ ଟିକେଟ ବଣ୍ଟାଯାଉଥିବା ଜଣାପଡ଼ିଛି । ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ ବଣ୍ଟନ କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.